କବିତା - ତୁମ ପାଇଁ ଘରଟିଏ - ସୁରେନ୍ଦ୍ରନାଥ ମହାନ୍ତି
January 15, 2020
ମନରେ ତୋଳିଛି ଛୋଟ ଘରଟିଏ
ନେଇ ବସାଇଛି ତୁମକୁ
ଆଖିର ଝରକା ଖୋଲି ଦେଲେ ତୁମେ
ଆଉ ବା ଦେଖିବ କାହାକୁ?
ଆଉ କାର ଘର ଇଟା ପଥରରେ
ଆମ ଘର ଗଢ଼ା ପ୍ରୀତିର ଛାଞ୍ଚ ରେ
ଝଡ଼ ବରଷାରେ ଭାଙ୍ଗିବନୀ ସିଏ
ରହିଯିବ ଖାଲି ସ୍ମୃତି ହୋଇ ଖିଏ ।
ରଚନା : ସୁରେନ୍ଦ୍ରନାଥ ମହାନ୍ତି
ଠିକଣା : ଇନ୍ଦ୍ର ଭବନ, ଲେନେ5, ଚହଟ!ନଗର, କଟକ, ଦୂରଭାଷ :
0 Comments
You can write now your valuable comments here. Off-topic comments may be removed or deleted without prior notice.