Guideline For Authors


  • ‘ବଣମଲ୍ଲୀର ମହକ’ ହେଉଛି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିଭିତ୍ତିକ ପତ୍ରିକା । ଯାହା ମାସିକ ଫ୍ରିକ୍ୟୁଏନସିରେ ପ୍ରକାଶିତ ହୁଏ । ଏହାର ସଂଗ୍ରହାଳୟ (Archive) ରୁ ମାସିକଭିତ୍ତିରେ ପଢି ପାରିବେ ।

  • ‘ବଣମଲ୍ଲୀର ମହକ’ ସାହିତ୍ୟ ପତ୍ରିକାରେ ଗଳ୍ପ, କବିତା, ପ୍ରବନ୍ଧ, କାହାଣୀ ଓ ସଂସ୍କୃତି ସମ୍ବନ୍ଧିତ ବିଷୟ ଗୁଡିକ ଓଡିଆ ଭାଷାରେ ପ୍ରକାଶିତ ହୋଇଥାଏ ।

  • ‘ବଣମଲ୍ଲୀର ମହକ’ ବର୍ତ୍ତମାନର ଯୁବପିଢ଼ିଙ୍କୁ ସାହିତ୍ୟମନସ୍କ ତଥା ମାତୃଭାଷା ପ୍ରତି ମୋହ ସୃଷ୍ଟି କରିବାର ପ୍ରୟାସ କରିଥାଏ ।

  • ‘ବଣମଲ୍ଲୀର ମହକ’ ସର୍ବଦା ନୂତନ ଲେଖକ ଲେଖିକାମାନଙ୍କୁ ଲେଖିବାକୁ ଓ ପଢିବାକୁ ପ୍ରେରଣା ଯୋଗାଇଥାଏ ଏବଂ ଓଡିଆ ସାହିତ୍ୟ ସମ୍ପର୍କିତ ଆଲୋଚନା କରିବାକୁ ପଥ ପ୍ରସ୍ତୁତ କରିଥାଏ ।

  • ‘ବଣମଲ୍ଲୀର ମହକ’ ସର୍ବଦା ଅପ୍ରକାଶିତ ଓ ନିର୍ଭୁଲ ଲେଖା ପ୍ରକାଶନ ଦିଗରେ ଗୁରୁତ୍ଵ ଦେଇଥାଏ । ପ୍ରକାଶନ କ୍ଷେତ୍ରରେ ପ୍ରତ୍ୟେକ ଲେଖାର ସ୍ଵତନ୍ତ୍ରତାକୁ ଅନୁଧ୍ୟାନ କରି ପ୍ରକାଶିତ କରିଥାଏ ।

  • ‘ବଣମଲ୍ଲୀର ମହକ’ ପ୍ରତି ମାସରେ ଅତି କମରେ ପାଞ୍ଚଟି କିମ୍ବା ତା'ଠାରୁ ଅଧିକ ଲେଖା ପ୍ରକାଶିତ କରିଥାଏ ।

  • ‘ବଣମଲ୍ଲୀର ମହକ’ ଅନଲାଇନ ପତ୍ରିକା ରୂପେ ପ୍ରକାଶ ପାଉଥିବାରୁ ଆପଣ ଯେଉଁ ମାସରେ ଲେଖାଟି ପଠାଇଥାନ୍ତି, ଲେଖାଟି ସେହି ମାସରେ ପ୍ରକାଶିତ ହୋଇଥାଏ । ଏବଂ ପିଡିଏଫ ପତ୍ରିକା ଆକାରରେ ପରବର୍ତ୍ତୀ ମାସ ସଂଖ୍ୟାରେ ପ୍ରକାଶ ପାଇଥାଏ ।

  • ‘ବଣମଲ୍ଲୀର ମହକ’ର ଏହି ପତ୍ରିକା ପ୍ରକାଶନ ସେବା ସମ୍ପୁର୍ଣ୍ଣ ନିଃଶୁଳ୍କ ଓ ଦେୟମୁକ୍ତ । କୌଣସି କ୍ଷେତ୍ରରେ ବଣମଲ୍ଲୀର ମହକ ପକ୍ଷରୁ କାହାରିକୁ କେବେ ଅର୍ଥ ଦାବି କରାଯାଇ ନଥାଏ ।

  • କୌଣସି ଲେଖକ ଲେଖିକା ବଣମଲ୍ଲୀର ମହକକୁ ଲେଖା ପଠାଇବାକୁ ଇଚ୍ଛୁକ ଥିଲେ ଏହି ୱେବସାଇଟରେ ଉପଲବ୍ଧ <ଲେଖନ୍ତୁ> ନ୍ୟାଭିଗେସନ ମେନୁ ବଟନ ଉପରେ କ୍ଲିକ କରି ଉପଲବ୍ଧ ଗୁଗୁଲ ଫର୍ମ କିମ୍ବା ଇମେଲ ଜରିଆରେ ନିଜର ଲେଖା ପଠାଇ ପାରିବେ । ଯଦି ଇମେଲ ଜରିଆରେ ଲେଖା ପଠାଉଛନ୍ତି, ତେବେ ଆପଣଙ୍କ ଠିକଣା ସହିତ ଲେଖାଟି ୱାର୍ଡ ଫାଇଲ କିମ୍ବା ଇମେଲ ଦ୍ଵାରା ନିର୍ଭୁଲ ଭାବେ ଡ଼ିଟିପି ହୋଇଥିବା ଆବଶ୍ୟକ ।

  • ଗୁଗୁଲ ଫର୍ମ ଦ୍ଵାରା ପ୍ରେରଣ କରୁଥିବା ଲେଖା ସହ ଲେଖକଙ୍କ ନାମ, ବାସସ୍ଥାନ ଠିକଣା ଓ ଇ-ମେଲ ଠିକଣା ଆଦି ପ୍ରଦାନ କରିବା ନିତାନ୍ତ ଆବଶ୍ୟକ । ଗୁଗୁଲ ଫର୍ମ ମାଧ୍ୟମରେ ଯେଉଁ ଆବଶ୍ୟକୀୟ ତଥ୍ୟ ମଗା ଯାଇଥାଏ, ସେଗୁଡିକ ପୂରଣ କରିବା ବାଧ୍ୟତାମୂଳକ ।

  • MS Word File ଦ୍ଵାରା ଯଦି ଲେଖାଟି ପ୍ରେରଣ କରୁଛନ୍ତି, ତେବେ ନିର୍ଭୁଲ ଭାବେ ଡିଟିପି କରି ନିଜର ସମ୍ପୁର୍ଣ୍ଣ ଠିକଣା ସହ ଆମକୁ ଇ-ମେଲ [emagazinebanamalli@gmail.com] ମାଧ୍ୟମରେ ଫାଇଲଟି ପଠାଇ ପାରିବେ ।  

  • ପ୍ରତ୍ୟେକ ଲେଖକ ଲେଖିକାଙ୍କୁ ମନେ ରଖିବାକୁ ହେବ ଯେ, ବଣମଲ୍ଲୀର ମହକକୁ ପଠାଉଥିବା ଲେଖାଟି ଯେମିତି ପୂର୍ବରୁ ଅନ୍ୟ କୌଣସି ସ୍ଥାନରେ ପ୍ରକାଶିତ ହୋଇ ନଥିବ ।
(full-width)