
ଧରି ପୁପ୍ପାଞ୍ଜଳି କରୁଛି ଅର୍ଦଳି
ମିନତି ଘେନିବ ମୋର,
ବିପଦ ଭଞ୍ଜନ ତୁମେ ଆର୍ତ୍ତତ୍ରାଣ
କରିନିଅ ଆପଣାର.
ପାପର ଦୀପାଳୀ ନାଶ ହେଉ ଜଳି
ଦୟା କର ପଦ୍ମମୁଖ,
ଦୁଃଖାହାରୀ ପ୍ରଭୁ ତୁମେ ମହାବାହୁ
ମୋ ଲାଗି କିଆଁ ବିମୁଖ.
ସ୍ରୁଷ୍ଟି ମୂଳାଧାର ତୁମେ ସ୍ରଷ୍ଟା ତାର
ଝରାଅ କରୁଣା ଧାରା,
ଶ୍ରୀ ଚକାନୟନ ହେ ବିଶ୍ୱବନ୍ଦନ
ଦେଖୁଛ ଭୁବନ ସାରା.
ଏଇ ମୋ ଜୀବନ ସବୁ ତୁମ ଦାନ
ଆଶିଷ ତୁମର ହେଉ,
ଦୁନିଆଁ ସଉଦା ହରି ନାମ ସଦା
କଣ୍ଠେ ମୋର ରହିଥାଉ.
