ବାଲେଶ୍ୱର, ଓଡିଶା
ଧନ୍ୟ ତୋତେ ପୁଅ ବୁଝିପାରିଲୁଣି
ତା ଛାତି ଭିତର କୋହ,
ସଜାଗ ହେଇଯା, ଭସାଇ ନେବରେ
ଉତ୍କଳିମା ଆଖି ଲୁହ ।
ମା କାନ୍ଦେ ହେଲେ ଭେଣ୍ଡିଆ ପୁଅଟା
ଶୋଇଛି ପଖାଳ ଖାଇ,
କଳିଙ୍ଗ ମାଟିରେ ଜନ୍ମିବ ଭବାନୀ
ନିଜ ଝିଅ ରକ୍ଷା ପାଇଁ ।
କୁରୁସଭା-ସ୍ଥଳେ ମୌନ-ମହାରଥୀ
ବୋହିଲେ ଅଧର୍ମୀ ଆଖ୍ୟା,
ଧର୍ମଯୁଦ୍ଧେ ସେହି ପରାକ୍ରମୀଙ୍କର
ନୋହିଲା ଜୀବନ ରକ୍ଷା ।
ମା’ର କ୍ରୋଧରେ ଅଗ୍ନି ବରଷିବ
ତ୍ରିଲୋକ କମ୍ପି ଉଠିବ,
ଭସ୍ମ ହେଇଯିବ ରାକ୍ଷସ ସମାଜ
ଧର୍ମ ସ୍ଥାପନା ହେବ ।
କାନ୍ଦିଛି ପିପିଲି କାନ୍ଦୁଛି କୂନ୍ଦୁଲି
କାନ୍ଦୁଛି ଓଡ଼ିଆ ନାରୀ,
ଶୋଇଲା ପୁଅର ଗାଁ ବି କାନ୍ଦିବ
ତା ଭଉଣୀ ଶବକୁ ଘେରି ।
