ରାଜନୀରାଣୀ ଭରି ଯାଏ ମୋ ଅଗଣାରେ
ଅଧ୍ୟାପିକା ସସ୍ମିତା ମିଶ୍ର
ମହକି ଉଠେ ଘର ଦାଣ୍ଡ ଅଗଣା
ଅବିଳମ୍ବେ ଛୁଇଁ ଯାଏ ନାସାପୁଟ ମୋର
ମନ କିନ୍ତୁ ତୁମକୁ ଛୁଏଁ
ତୁମକୁ ଖୋଜେ
ଧନ୍ୟବାଦ ଟିଏ ପାଇଁ
ସୁଆଦିଆ ବାଡ଼ି ବରକୋଳି
ଗୋଟାଇ ଆଣେ
ରସନା ରସାୟିତ ହୁଏ
କିଏ ଭରିଛି ରସ
ରସପୁରୁଷକୁ ମନ ଚାହେଁ
ହୃଦୟରୁ ଧନ୍ୟବାଦ ଟିଏ ପାଇଁ
ଵାରୀଦ ଘନ ହୁଏ
ଆକାଶରେ ବାଜା ବାଜେ, ରୋଷଣୀ ହୁଏ
ଝର ଝର ବରଷି ଯାଏ, ସେ ଝୁରୁଝୁରୀ ପରି
Dବାରି ଭିଜାଏ ଦେହ
ମନ କିନ୍ତୁ ପ୍ରେମରେ ଭିଜେ
ତୁମକୁ ଖୋଜେ
ଧନ୍ୟବାଦ ଟିଏ ପାଇଁ
ବଲିହାରେ ରାତି ହୁଏ
ପାହାଡ଼ ସେପାଖିରୁ
ଜହ୍ନ ଫକ କିରି ଡେଇଁ ପଡେ
ସବୁଜ ତୀଖରେ
ବୁଣିଦିଏ ରୂପେଲି ରଙ୍ଗ
ମନ ହଜିଯାଏ
ଖୋଜିବସେ କାନଭାସ ପଛର
ସେ କଳାକାରକୁ
ଧନ୍ୟବାଦ ଟିଏ ପାଇଁ
ବାରିଧି ରେ ଉର୍ମି ଉଠେ
ତୁହାକୁ ତୁହା ଧବଳ ଫେଣ
ପାଦ ଛୁଏଁ
ପଛକୁ ଫେରେ
ମନ ଆତ୍ମହରା ହୁଏ
ଆଗକୁ ଧାଏଁ
ତୁମକୁପାଇ
ଧନ୍ୟବାଦ ଦେବା ପାଇଁ
ଲତା, ଅଶା, ଉଷା
ମୁକେଶ ବା ମହମ୍ମଦ
କିଶୋର କି କୈଳାସ
ସ୍ୱର ର କି
ଆବେଗିକ ଶିହରଣ
ମନ ଉନ୍ମାଦିତ ହୁଏ
ଚରମ ଉନ୍ମାଦନା ରେ ଲୋଡି ବସେ ତୁମକୁ
ଧନ୍ୟବାଦ ଟିଏ ପାଇଁ
ଦିଅଁ ଦେଖେ
ପାଷାଣ ବା କାଷ୍ଠ
ମୃଣ୍ମୟୀ ବା ପଞ୍ଚଧାତୁ
ଭିନ୍ନ ଭିନ୍ନ ରୂପ
ଭିନ୍ନ ନାମ
ଭିନ୍ନ ଆକାର
ଚାରିକାନ୍ଥ ରେ ଆବଦ୍ଧ
ମନ୍ଦିର ବେଢାରେ
ରୂପ, ରସ, ଗନ୍ଧ, ସ୍ପର୍ଶ, ରେ ଯେ
ଏ କଣ ସେ
ବିଶାଳତାକୁ ସିଙ୍କୁଟି ଦେଇପାରେନି
ମନ ମାନେନି ଧନ୍ୟବାଦ କହିବାକୁ
ପରଦିନ ଖୋଜିବସେ
ପୁଣି ଥରେ ତୁମକୁ
ଫୁଲର ଗନ୍ଧରେ
ଫଳର ରସ ରେ
ପ୍ରକୃତିର ସ୍ପର୍ଶରେ
ପାରାବାରର ରୂପରେ
ଧନ୍ୟବାଦଟିଏ ପାଇଁ
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ କଟକ
ଦୂରଭାଷ 9078579612