ନିଜର ଅତି ଆପଣାର ଜିନିଷ କିଛି ହଜିଗଲେ, ଭାରି କଷ୍ଟ ହୁଏ ନା!! ଠିକ ସେହିଭଳି କିଛି ଦିନ ପୂର୍ବରୁ ମୋ ଦଶବର୍ଷର ପୁରୁଣା ଟାଇଟନ ଘଡ଼ିଟି ହାତରୁ ଅନ୍ୟମନସ୍କତା ହେତୁ ଗଳିପଡିଲା | କିଛି ବାଟ ଚାଲିକି ଓ ଦୁଇଟି ଭିଡ ଛକ ପାର ହୋଇ ଆସିଗଲା ପରେ ହାତ ଦେଖି ମନେ ପଡିଲା ମୋ ଘଡି କୁଆଡେ ଗଲା ? ସେତବେଳେକୁ ମୋ ହୃଦସ୍ପନ୍ଦନ ମଧ୍ୟ ବଢ଼ି ଯାଇଥାଏ, କାରଣ ମୁଁ କେବେ ସେ ଘଡ଼ିଟିକୁ ହଜେଇବାକୁ ଚାହୁଁନଥିଲି, ବାପାଙ୍କ ସ୍ନେହ ଭରା ଉପହାର ଥିଲା ସେ ଘଡ଼ିଟି | ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥିଲି | କିନ୍ତୁ ଏ କଣ କୁଆଡେ ଗଲା ସେ ଘଡି, ଏପଟେ ମୁଁ କାନ୍ଦୁଣୁ ମାନ୍ଦୁଣୁ ମଧ୍ୟ ହୋଇଯାଇଥାଏ |ପୁଣି ପଛକୁ ଫେରିଗଲି ଘଡ଼ିଟି ଖୋଜିବାକୁ,ଯେଉଁ ଯେଉଁ ଜାଗାରେମୁଁ ଛିଡା ହେଇଥିଲି ସବୁଆଡେ ଖୋଜିନେଲି ହେଲେ କେଉଁଠି ନ ପାଇ ନିରାଶ ହୋଇ ଫେରିଆସୁଥିଲି ଠିକ ସେଇ ସମୟରେ ମୋ ଆଖି ପଡିଗଲା ଝଲକୁଥିବା ଏକ ବସ୍ତୁ ଉପରେ ଆଉ ସଙ୍ଗେ ସଙ୍ଗେ ତାକୁ ହାତକୁ ନେଇ ଦେଖେ ତ ସେ ହେଉଛି ମୋ ସ୍ନେହ ପ୍ରେମରେ ବନ୍ଧା ଘଡ଼ିଟି ଯାହା ପାଇଁ ମୁଁ ଏତେ ଦୁଃଖୀ ହୋଇଯାଇଥିଲି |ଏବଂ ପାଇଗଲା ପରେ ଖୁସିରେ ଏ ମନ ନାଚିଗଲା |ବାସ୍ତବରେ ସେ ଘଡି ସହ ମୋର ଏକ ଅତୁଟ ସମ୍ପର୍କ ରହିଛି ଯାହା କେବେ ମଧ୍ୟ ମୋ ଠୁ ଅଲଗା ହୋଇପାରିବନାହିଁ | 

Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Jul 16, 2019