ଆଖି ଯଦି ଦେଲ        କାହିଁକି ନ ନେଲ
ଚକାଆଖି ଦେଖିବାକୁ ।
ମନ ଯଦି ଦେଲ        ପ୍ରେରଣା ନ ଦେଲ
ତୁମ ଛବି ଆଙ୍କିବାକୁ ॥୦॥
ହାତ ଥାଇ ମୋର        କଲି ନାହିଁ କୋଳ
ନୀଳଗିରି କାଳିଆକୁ ।
ନ ହୋଇଲା ପାର        ଗୋଡ଼ ଦୁଇ ମୋର
ତୋ ବାଇଶି ପାହାଚକୁ ॥୧॥
ସୁର ଥିଲି ପାଇ        ନ ପାରିଲି ଗାଇ
ଉଷାକାଳେ ତୋର ନାମକୁ ।
ଆନ କଲେ ଗାନ        ନ ପାତିଲି କାନ
ପୂତ ଗାଥା ଶୁଣିବାକୁ ॥୨॥
କିବା ଉପକାର        ଥାଇ ଇନ୍ଦ୍ରି ମୋର
ଦେଲି ତୋର ପାଦ ତଳକୁ ।
ପ୍ରଭୁ ତାକୁ କର        କ୍ରୀଡ଼ନକ ତୋର
ଭଲ କାମ କରିବାକୁ ॥୩॥
ଗୀତିକାର - ରଙ୍ଗନାଥ ରଥ
