
ଆଉ କେତେଦିନ ଯାତନା ଭୋଗିବି
ଆଉଟା ମନକୁ ନେଇ
ଆକତା ମାକତା ଦେହଟା ହେଲାଣି
ଆସୁନାହଁ କାହିଁ ପାଇଁ ॥
ଆକଟ ମାନୁନି ପାଞ୍ଚମନ ମୋର
ଆଖଡା କରୁଛି ମୋହ
ଆଖିରେ ତମର ଚମକ ଚାହାଣୀ
ଆକର୍ଷିତ କରେ ଦେହ ॥
ଆଦ୍ୟ ଆଷାଢର ପହିଲି ପୁଲକ
ଆନନ୍ଦ କରଇ ମନ
ଆସିଲେ ଭିଜିବା ବରଷା ସାଥିରେ
ଆଉଟି ପୀରତି ଜହ୍ନ ॥
ଆଙ୍କିଛି ମନରେ ତମ ପ୍ରୀତି ଛବି
ଆଖିରେ ତମରି ରୂପ
ଆଡେଇ ପାରୁନି ତମରି ଭାବନା
ଆଘାତେ ଲେଖୁଛି ଗପ ॥
ଆଲୋଡିତ ଏଇ ବୟସ ବେଳାରେ
ଆହତ ଦିଅନା ଆଉ
ଆଶ୍ଳେଷ ନଦେଲେ ନଦିଅ ପଛକେ
ଆହୁରି ସାଧନା ଦାଉ ॥
କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦
VOL.IX, ISSUE.X, OCTOBER-2025
Published By Banamallira Mahak