ଜୀବନ ଧନ୍ୟ ହୋଇବ - ସନ୍ଧ୍ୟାରାଣୀ ଦାଶ

0

ମନ ଅଗଣାରେ ସଜାଡି ବସିଛି
ତୁମ ଆଗମନ ପାଇଁ
ନାନା ଵିଧ ଫୁଲ ସାଇତି ରଖିଛି
ଉପହାର ଦେବା ପାଇଁ।(୧)
ଭକତିରେ ଦୀପ ଜାଳି ଦେବି ମୁହିଁ
ଢାଳି ଘୃତର୍ ଦିପାଳି
ନୈବେଦ୍ୟ ଦେବାକୁ ଚାହିଁ ବସିଅଛି
ମରତେ ଆସିବ ବୋଲି(୨)
ଖୋସାରେ ତୁମର ସଜାଇ ଦେବି ମା
ରଜନୀ ଗନ୍ଧାର ମାଳ
ପାଦରେ ଅଳତା ମଥାରେ ସିନ୍ଦୁର
ରୁଣୁଝୁଣୁ ଚୁଡି ମାଳ(୩)
ଶୟନେ ସପନେ ଜାଗରଣ ଅବା
ଲୋଡ଼େ ତୁମରି ପରଶ
ପାଷାଣ ନ ହୋଇ ଆସ ହେ ଓହ୍ଲାଇ
ଖୋଜେ ତୁମରି ଆଶିଷ(୪)
ତୁମେ ଆସିଗଲେ ମୋ ମନ ହୃଦୟ
ଭୂରୂ ଭୁ ରୁ ବାସିଯି ବ
ସେହି ବାସନାରେ ସଂସାର ହସିବ
ଜୀବନ ଧନ୍ୟ ହୋଇବ (୫)..............


ରଚନା : Sandhyarani dash

ଠିକଣା : ଜଗତସିଂହପୁର,ପାଣି ଶାଳିଆ, ଫୋନ ନମ୍ବର : ୯୮୬୧୫୪୦୨୦୭

Post a Comment

0Comments
Post a Comment (0)