ମାଆ ତୁମେ ଆସ - ଅଜୟ କୁମାର ସେଠୀ

0

ମାଆ ତୁମେ ଆସ ଏ ଧରାଧାମକୁ
ଚଢି ଶରତ ସବାରୀ
ଖେଳୁ ବିଶ୍ଵେ ସ୍ନେହ, ଶାନ୍ତି, ମୈତ୍ରୀ, ପ୍ରୀତି
ମମତାର ରଙ୍ଗ ଧରି ॥

ପ୍ରତି ମଣିଷର ମନେ ଭରିଯାଉ
ଭାଇଚାରାର ଭାବନା
ଜୀବ ପ୍ରତି ଦୟା ପରିବେଶେ ମାୟା
ଘୁଞ୍ଚୁ କୁତ୍ସିତ ଛଳନା ॥ 

ତୁମେ ଦୟାକଲେ ସୃଷ୍ଟି ସୁନା ହେବ
ହଟିବ ଅମା ଅନ୍ଧାର
ପଙ୍ଗୁ ଲଙ୍ଘେ ଗିରି ମାଆ ବିଶ୍ଵେଶ୍ଵରୀ
ହସିବ ଆମ ସଂସାର ॥ 

ତୁମରି କରୁଣା କରିବନି ଊଣା
ମାଆ ଜଗତ ଜନନୀ
କୃପା କରୁଥିବ ଜଗତବାସୀଙ୍କୁ
ଘୋଡାଇ ପଣତକାନୀ ॥

ଅଞ୍ଜିରା, ଓହ୍ଲାଣ, ପୁରୀ
ସମ୍ପର୍କ - ୯୯୩୭୧୯୮୮୭୮

VOL.IX,  ISSUE.X,  OCTOBER-2025

Published By Banamallira Mahak

Post a Comment

0Comments
Post a Comment (0)