ମହାବାହୁ ,
ଲାଜ ଲାଗେ ଏଥି ପାଇଁ,
କରିବାକୁ ଥିଲା ତୁମ କାମ ଏଠି
ସେ କାମ କରିଲି ନାହିଁ , ମହାବାହୁ !
ଲାଜ ଲାଗେ ଏଥି ପାଇଁ !
ତୁମେ ତ ମୋହର କର୍ତ୍ତା ଆଉ ଭର୍ତ୍ତା
ତୁମେ ତ ମୋହର ସୁଖ ଦୁଃଖ ଦାତା
ତୁମକୁ ଆପଣା କରିବାର ଥିଲା
କରିତ ପାରିଲି ନାହିଁ, ମହାବାହୁ
ଲାଜ ଲାଗେ ଏଥିପାଇଁ !
ଯିବା ପାଇଁ ଥିଲା ଯେଉଁ ଯାଗା ମତେ
ଭୁଲି ମୁଁ ଚାଲିଲି କି ଅଜଣା ପଥେ
ଯାହା ମୁଁ ପାଇଲି ହଂତସଂତ ହେଲି
ନିଜେ ନିଜ ଦୋଷ ପାଇଁ , ମହାବାହୁ
ଲାଜ ଲାଗେ ଏଥିପାଇଁ !
ଯଦି ମହାପ୍ରଭୁ କରୁଣା କରିବ
ଡେରିରେ ହେଲେବି ଭାଗ୍ୟୋଦୟ ହେବ
ବୁଝିଲି ଡେରିରେ ସବୁ, ମହାବାହୁ
ଲାଜ ଲାଗେ ଏଥିପାଇଁ !
ସୁବଳ ରାଉତରାୟ
ଭୁବନେଶ୍ୱର,
8118031316
0 Comments
You can write now your valuable comments here. Off-topic comments may be removed or deleted without prior notice.