ଫୁଲ ବଉଳ ବେଣୀ - ଶିବ ଚରଣ ମହାପାତ୍ର

0
●ଫୁଲ ବଉଳ ବେଣୀ●

କୁଆଁର ପୁନେଇଁ ଜହ୍ନ ଗୋ
ଫୁଲ ବଉଳ ବେଣୀ..!
କୁଆଁରୀ କନିଆଁ ମଦ ପିଉଛନ୍ତି
ମୁହଁରେ ଟାଣି ଓଢଣୀ ଗୋ
ଫୁଲ ବଉଳ ବେଣୀ..!!

ଚାନ୍ଦ ବନ୍ଦା ଜଣାନାହିଁ ଗୋ
ଫୁଲ ବଉଳ ବେଣୀ..!
ବାଆର କ୍ଲବ୍ ରୁ କେବେ ସେ ଫେରିବ
ଯାଇନି ଯେ ଘରେ କହି ଗୋ
ଫୁଲ ବଉଳ ବେଣୀ..!!

ନାହିଁ ସେଇ ଦାଣ୍ଡ ଧୂଳି ଗୋ
ଫୁଲ ବଉଳ ବେଣୀ..!
ପୁଚିଖେଳ ଛାଡି ହୃଦୟେ ଖେଳେ ସେ
ବୋହୂ ଚୋରି ଲୁଚକାଳି ଗୋ
ଫୁଲ ବଉଳ ବେଣୀ..!!

ଆକାଶେ କାନ୍ଦେ ସେ ଜହ୍ନ ଗୋ
ଫୁଲ ବଉଳ ବେଣୀ..!
ସେଲଫି ଉଠାଇ ଫଟୋ ଛାଡୁଥାନ୍ତି
ଓଷାରେ ନଥାଏ ମନ ଗୋ
ଫୁଲ ବଉଳ ବେଣୀ..!!

ସଙ୍ଗାତ ବଉଳ ସଇ ଗୋ
ଫୁଲ ବଉଳ ବେଣୀ..!
ପାଶ୍ଚାତ୍ୟ ସଂସ୍କୃତି ଆପଣାନ୍ତି ସବୁ
କହି ହେଉନି କି ସହି ଗୋ
ଫୁଲ ବଉଳ ବେଣୀ..!!

ଭୁଲନା ସଂସ୍କାର ରୀତି ଗୋ
ଫୁଲ ବଉଳ ବେଣୀ..!
କୁମାରୀ ହୃଦୟ କୋମଳତା ଭର
ଜହ୍ନ ରୁ ଚୋରେଇ ତାତି ଗୋ
ଫୁଲ ବଉଳ ବେଣୀ..!!

ଲାଜ ତୋ ଅଙ୍ଗେ ବେଢଣି ଗୋ
ଫୁଲ ବଉଳ ବେଣୀ..!
ତୁ'ହି ଦେବୀ ପୁଣି ତୁ ହିଁ  ନାରାୟଣୀ
ଏ କଥା ନ ପାରୁ ଜାଣି ଗୋ
ଫୁଲ ବଉଳ ବେଣୀ..!!

ହସ ତୋର ମଲ୍ଲୀମାଳ ଗୋ
ଫୁଲ ବଉଳ ବେଣୀ..!
ସେନେହ ସୁହାଗ ମଧୂ ବାରି ଝାରି
ପୂର୍ଣ୍ଣ କର ଦୁଇ କୂଳ ଗୋ
ଫୁଲ ବଉଳ ବେଣୀ..!!

■■■■■
ଶିବ ଚରଣ ମହାପାତ୍ର
ଚକ୍ରଧରପୁର:କେନ୍ଦୁଝର

Post a Comment

0Comments
Post a Comment (0)