କୁଆଁରୀ ମନ
🌻🌻🌻🌻🌻

କୁଆଁର ପୁନେଇ କୁଆଁରୀ କଇଇ
ଅପୂର୍ବ ଆନନ୍ଦ ନେଇ,
ଜହ୍ନମାମୁଁ ପୂଜେ ଜହ୍ନିଫୁଲ ଦେଇ
ମନୋସ୍କାମନା ପୂର୍ଣ୍ଣ ପାଇଁ।
ପୁନେଇଁ ଉଷାରେ ଖଇଆଞ୍ଜୁଳାକୁ
ଟେକେ ସୂରୁଜ ଦେବଙ୍କୁ,
ତୁଳସୀ ମୂଳରେ ଘିଅଦୀପ ଦେଇ
ପୂଜେ ସେ ଚନ୍ଦ୍ର ଦେବଙ୍କୁ।
ନାନା ଫଳମୂଳ,ଖଇ ପିଠୋଉରେ
ମଣ୍ଡାରେ ଚାନ୍ଦତାରା,
ଜହ୍ନିଫୁଲ,କଇଁଫୁଲ ଚଉଁରାରେ
ଦିଶଇ ସରଗ ପରା।
ଚାନ୍ଦ ଦେଖି ଓଷାବ୍ରତ ଭାଙ୍ଗିଥାଏ
କୋମଳ ବାଳା କୁଆଁରୀ,
ପୋଖରୀରେ ନେଇ ପିଠୋଉ ଦେଇଣ
ହାତେ ଆସେ ଗେଣ୍ଡା ଧରି।
ଲୋକକଥା ସବୁ ପାଳନ କରଇ
କରେ ପ୍ରସାଦ ଭୋଜନ,
ସର୍ବ ଗ୍ରାମ ବାଳା ଏକତ୍ରିତ ହୋଇ
ଫୁଲବଉଳ ବେଣୀର ଗାନ।
ରାହା ଛୁଟାଇଣ ଏକସ୍ଵରେ ସର୍ବେ
କୁଆଁର ପୁନେଇ ଜହ୍ନ,
କୁଆଁରୀ ମନରେ ଅପୂର୍ବ ଆନନ୍ଦ
ହୁଏ ପୁଲକିତ ମନ।
🌻🌻🌻🌻🌻

ପ୍ରଣତି ମହାପାତ୍ର
ବାଲେଶ୍ଵର



ରଚନା : ପ୍ରଣତି ମହାପାତ୍ର

ଠିକଣା : ଫକୀରମୋହନ ନଗର, ବାଲେଶ୍ଵର ଦୂରଭାଷ :