ଜହ୍ନ କୁ ପୁଜି ଆଜି କୁଆଁରୀ କହୁଛି
ବର ଟେ ମିଳୁ ତାକୁ କଳଙ୍କ ହୀନ
ଜହ୍ନ କହେ,ତା ଦେହରେ ହଜାରେ କଳଙ୍କ
କେମିତି ଦେବି ମୁଁ ତତେ ମନଲାଖି ପ୍ରେମିକ
ହଁ କହିବୁ ଯଦି ଆଶୀର୍ବାଦ ଦେବି
ମୋ ଠୁଁ ବି ସୁଂଦର ହେବ ତୋର ବର
ହେଲେ ଚରିତ୍ର ରେ ଦାଗ ଥିଲେ
ମୋତେ ଦେବୁ ନାହି ଦୋଷ ବାରମ୍ବାର
ଏ ଦୁନିଆଁରେ ତ କେହି ନୁହନ୍ତି
ଖାଣ୍ଟି ସୁନା ସର୍ବ ଗୁଣ ସମ୍ପୂର୍ଣ
କିଛି ପାଇବାକୁ ହେଲେ କିଛି ତ
କରିବାକୁ ହେବ ତ୍ୟାଗ
ସେ ଚେହେରା ହଉ କି ଚରିତ୍ର ।
©®ଡ଼ା.ସୁମନ୍ତ କୁମାର ପାଢି
ରଚନା : ଡ଼ା.ସୁମନ୍ତ କୁମାର ପାଢି
ଠିକଣା : ପାଟଣାଗଡ଼ ,ବଲାଙ୍ଗିର ଦୂରଭାଷ : 8908316213
Sent via Google Forms Email
