ଅରୁକ୍ଷ କାବ୍ୟ ରୁ 'ଝ' ଚମ୍ପୁ - ହେମନ୍ତ କୁମାର ବରାଇ

0
"ଝ" ରାଗ- ତୋଡି ଜଙ୍ଗଳା /ଆଠତାଳୀ
ଝଟକ ଷଟପଦନୀଳ କେଶା ପଦ୍ମମୁଖୀ ମୁଖ ବର୍ତ୍ତୁଳେ ାା୧ାା
ଝାଙ୍କରେ ଆସକ୍ତା ଗ ରେ ଦକ୍ଷସୁତା ଷଡକ୍ରୁତ୍ତିକା ଅବଳେ ା୨ା
ଝଷନିକେତ ସମକରି ସରସ ହରଷ ବିଜନ କାଳେ ାା୩ାା
ଝଞଟକୁ ନାହିଁ ଦେଖିବାକୁ କେହି ବିବସନ ହୋଇଥିଲେ ାା୪ାା
ଝଳିବାକୁ ଦେଖି ପଙ୍କେରୁହମୁଖୀ କ୍ରୀଡାରତ ଥିଲେ ଜଳେ ାା୫ାା
ଝଞାନିଳ ଗୁଣେ ଯେ ମନ୍ଦସରଣେ ଥକାଇ ଥୋଇଲା କୂଳେ ାା୬ାା
ଝଷକେତନ ନାଶନ ରେତ ମନାସିଲେ ହ୍ରୁଦ ଅନାବିଳେ ାା୭ାା
ଝମିଟି ନ କରି ନଷ୍ଟ ଅବା ଡେରି ରେତେ ଷଡଭାଗ କଲେ ାା୮ାା
ଝଟତି ସୁମତି ବିଚାରି ଯେ ଇତି ନାହିଁ ଆନ ଗତି ହେଲେ ାା୯ାା
ଝଞଟ ଯା'ଥିଲା ନେଇ ଷଡବଳା ଯୋନି ମଧ୍ୟେ ନିବେଶିଲେ ାା୧୦ାା
ଝଞାନିଳ ନାମ ଦେଖାଇ ବିକ୍ରମ ଷଡ ଗର୍ଭେ ପୂରାଇଲେ ାା ୧୧ାା
ଝଲକିଲା ରେତ ଗର୍ଭକୁ ଭୂଷିତ କରିଣ ଯେବେ ରହିଲେ ାା୧୨ାା



ଗ୍ରା/ପୋ-ରୁଷୁଡା, ବରଗଡ

Post a Comment

0Comments
Post a Comment (0)