ଢାଳି ସୁନାକୁଅ ପାଣି,
ମହାଆନନ୍ଦରେ ମହାସ୍ନାନ କରୁ
ସାଥେ ଭାଇ ଓ ଭଉଣୀ ।
ଲୀଳାମୟ ପୁଣି କେତେ ଲୀଳାଖେଳା
କରୁ ଏ ମର୍ତ୍ତ୍ୟ ମଣ୍ଡଳେ,
ଚିତ୍ରଶିଳ୍ପୀ ଙ୍କର ବେଉସା ବଢାଉ
ପଟିଦିଅଁ ପୂଜା ମେଳେ ।
ସ୍ନାନ କରି ଶୋଉ ଅଣସର ଘରେ
ଜ୍ୱର ବାହାନାରେ ତୁହି,
ଅଲାରନାଥରେ ଦରଶନ ଦେଉ
ଶ୍ରୀମନ୍ଦିର ଶୂନ୍ୟ ଥାଇ ।
ତୋ ସ୍ନାହାନ ଦିନେ ମୋହର ଜନମ
କେଡେ ଭାଗ୍ୟବତୀ ମୁହିଁ,
ହେଲେ ପଟିଦିଅଁ ଦରଶନ କିବା
ଭାଗ୍ୟରେ ମୋହର ନାହିଁ ?
ମନପ୍ରାଣ ସଦା ଝୁରୁଛି କାଳିଆ
ତୋ ରୂପ ଦେଖିବା ପାଇଁ,
ଭାବର ଠାକୁର ଆହେ ଭାବଗ୍ରାହୀ
କୃପା ନେତ୍ରେ ଦିଅ ଚାହିଁ ।
ତୁହି କରୁଥାଉ,ତୁ ପୁଣି କରାଉ
ତୋ ବିନୁ ଅନ୍ୟ କେ ନାହିଁ,
ମୋ ଭାଗ୍ୟର ଡୋର ତୋ ଆଡକୁ
ଟାଣି ନେ କଳାଗୋସାଇଁ ।
ଆକୁଳବିକଳେ କରପତ୍ରଯୋଡି
ଚାହିଁ ଛି ତୋ କରୁଣାକୁ,
ପଟିଦିଅଁ ଆଉ ଅଲାରନାଥରେ
ଦେଖିବି ମୋ କାଳିଆକୁ ।
ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର,
ଫକୀରମୋହନନଗର, ବାଲେଶ୍ଵର
