ଜଗମୋହନଙ୍କ ରଥଯାତ୍ରା - ରୋଜା ପଣ୍ଡା

0
ରଥେ ହୋଇଛନ୍ତି ଉପବେଶନ
ଆଜି ଆମ ପ୍ରଭୁ ଜଗମୋହନ
ଖୁସିରେ ନାଚୁଛି ତାଙ୍କରି ମନ
ଯିବାପାଇଁ ଗୁଣ୍ଡିଚା ଭବନ
କୋଟି ଭକ୍ତ ଗଣ କରନ୍ତି ଗାନ
ପ୍ରଭୁଙ୍କ ନାମର ଭକ୍ତି ଭଜନ
ସରଧାବାଲିରେ ରଥ ଗଡ଼ିବ
ଶଙ୍ଖ ହୁଳହୁଳି ବାଜି ଉଠିବ
ଦାଶକାଠିଆ ଙ୍କ କାଠି ବାଜିବ
ସେଇ ସୁରେ ଗୋଟିପୁଅ ନାଚିବ
ଠାକୁର ରାଜାଙ୍କ ଛେରା ପହଁରା
ଆଉ କିଛି କ୍ଷଣେ ହୋଇବ ପରା
ଝୁଲି ଝୁଲି ଆସି କାଳିଆ ହାତୀ
ରଥେ ବିଜେ ହେବେ କରି ପହଣ୍ଡି
ଟାହିଆ ହଲାଇ ପଣ୍ଡା ଆସିବେ
ତୁଳସୀ ଚନ୍ଦନେ ବେଶ କରିବେ
ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି
ବୁଲିବାକୁ ଯିବେ ଶ୍ରୀ ଚକ୍ରଧାରୀ
ନଅ ଦିନ ରହି ମାଉସୀ ଘରେ
ଫେରି ଆସିବେ ସେ ଶିରୀମନ୍ଦିରେ
ସେଦିନ ବାହୁଡା ଜାତ ହୋଇବ
ଭକତ ଗହଳି ପୁଣି ଲାଗିବ.

Post a Comment

0Comments
Post a Comment (0)