ଛୋଟିଆ ନଦୀର ଧାରା ଏ ଜୀବନ
ନୀଳ ସିଂଧୁ କେତେ ବହିବ କୁହ,
ନଦୀ ନୁହେଁ ଏ ତ ନିର୍ଜଳ ମରୁରେ
ବୋହି ପଡିଥିବା ବୁଂଦାଏ ଲୁହ !
କରୁଣା ସାଗର ତୁମେ ହିଁ କୁହ ,
ଟିକିଏ ହସର ଚପଳ ଛୁଆଁ କି
ଦାବୀ କରେ ଏତେ ଆଖିର ଲୁହ !

ଲୁହ ଏ ଆଖିରେ ଏମିତି ଅତିଥି 
ଆସିବାର ତାର ଥାଏ ନାହିଁ ତିଥି
ଏ ଆଖିରେ ଘର କରି ସାରିଲାଣି
ଯିବା ପାଇଁ ଇଛା ଜମାରୁ ନୁହଁ !

ଏଇ ଲୁହ ଏଇ ନଦୀର ଧାରା
ଧୋଇବାକୁ ପାଦ ଜୀବନ ସାରା
ବଢାଇ ଦିଅ ହେ ପୟର ତୁମ୍ଭର
ଧୋଇବାକୁ ପାଦ ସୁଯୋଗ ଦିଅ !

ଅନେକ ଦେଇଛ ପଣତ ଭରି
ତଥାପି ଚାହିଁଛି ଚାତକ ପରି
ଭସା ମେଘ ପରି ଭାସି ଚାଲି ଗଲେ
କାହାକୁ ମୁଁ ଆଉ କହିବି କୁହ !

         ----0----
 ସୁବଳ ରାଉତରାୟ
ଭୁବନେଶ୍ୱର
8118031316