
| ଶୀର୍ଷକ : | ଅଲୋଡା ମଣିଷ |
| ବିଷୟ : | ମୁଣ୍ଡେ ମୋର ଠେକା ହାତେ ଧରି ଠେଙ୍ଗା କାନ୍ଧରେ ବୋଝ ମୁଁ ବୋହିଛି ବୟସର ବୋଝ ସମ୍ଭାଳି ହେଉନି ମନକୁ ହାଲୁକା କରିଛି ବୋଝ ହୋଇନାହିଁ କାହାରି ପେଟ ଚାଖଣ୍ଡକ ପାଇଁ ମୋର ଶ୍ରମ କରମ ଗୁରୁ ହିଁ ମୋହରି । ଛାତିକୁ କରିଛି ପଥର ବୋଲି କି ଭୁଲି ଯାଉଛି ମୋ ପରିଚୟ କେବେ ଥିଲା ମୋର ସୁଖର ସଂସାର ସାଥେ ଛୋଟ ଏକ ବ୍ୟବସାୟ ସଂସାର ନାବ ମୋ ଚାଲିଥିଲା ଭାଙ୍ଗି ଗଲା ନାବ ଅକାଳ ଝଡ଼ ରେ ସୁଖର ସପନ ହଜିଗଲା । ପତ୍ନୀଙ୍କର ହେଲା ଅକାଳ ବିୟୋଗ ଲକ୍ଷ୍ମୀ ମୋର ସତେ ହେଲେ ଦୂର ରୋଗିଣା ପିଲାର ଚିକିତ୍ସା ପାଇଁ କି ବଢିଲା ମୋହର ଋଣଭାର ଦାଦନ ଖଟିବ ଅର୍ଥ କମାଇବ ଅବସ୍ଥା ଯିବ ତ ସୁଧୁରି କହି ଚାଲିଗଲା ନ ଫେରିଲା ପୁଅ ପତ୍ନୀ ପୁତ୍ର ପାଇଁ ହେଲି ଝୁରି । କରି ପାରିଲିନି ପରିଶୋଧ ଋଣ ମହାଜନ ନେଲା ଭିଟାମାଟି ନ ପାଇଲି ରାହା କିଏ ହେବ ସାହା ବାଧ୍ୟ ରେ ଛାଡି ଗାଁଆ ସାଥି ଘୁରିବୁଲେ ଏଇ ସହରରେ କବାଡି ବାଲାକୁ ଯୋଗାଏ ଜିନିଷ ଖୋଜିବୁଲେ ନିତି ପ୍ରଭାତରେ । ଯାହା କିଛି ମିଳେ ପେଟକୁ ନିଅଣ୍ଟ ଭାଗ୍ୟକୁ ଆଦରି ରହେ ନିତି ବୁଝାଏ ମନକୁ ନୁହେଁ କାର ବୋଝ କପାଳେ ଲେଖିଛି ଯା ନିୟତି ରାତି ମୋର ଆଶ୍ରା ମନ୍ଦିର ଅଲୋଡ଼ା ମଣିଷ ଠାକୁର ହିଁ ସାହା ଭାବି କଟିଯାଏ ଦିନ ମୋର । |
| ବିଭାଗ : | କବିତା |
| ଲେଖକଙ୍କ ନାମ : | ଘନଶ୍ୟାମ ସାହୁ |
| ଠିକଣା : | ଆଠମଲ୍ଲିକ ରୋଡ଼, ବଇଣ୍ଡା,ଜିଲ୍ଲା - ଅନୁଗୋଳ ବଇଣ୍ଡା ଓଡ଼ିଶା India |
| ଫୋନ : | 797-805-7695 |
| ଇମେଲ : | ghanashyamsahoo600@gmail.com |
