ଶୀର୍ଷକ : ଦୋଳଉତ୍ସବ
ବିଷୟ : ପ୍ରକୃତି ରାଣୀର ଶୋଭନୀୟ କାନ୍ତି
ଜନ ମାନସ ହରଇ,
ବସନ୍ତ ଋତୁର ଆଗମନେ ଧରା
ଶୋଭାବର୍ଦ୍ଧନ କରଇ ।।୧।
ନାନାଦି କୁସୁମେ ମଣ୍ଡିତ ଏଧରା
କୁସୁମ ବାସ ଚହଟେ,
ଚତୁର୍ଦ୍ଧିଗେ ବାସ ବିଚ୍ଛୁରିତ କରେ
ମଧୁପ ଭ୍ରମେ ଉଚ୍ଚାଟେ । । ୨ ।
ପ୍ରେମାନନ୍ଦମୟୀ ପ୍ରକୃତି ରୁପିଣୀ
ପ୍ରକୃତିର ରଙ୍ଗ ଭରି,
ଦର୍ଶନ ଳାଳାସେ ହସ୍ତେ ପୁଷ୍ପଗୁଚ୍ଛ
ଫଗୁଣ ଅବିର ଧରି ।।୩।
ରମ୍ୟମୟ ବୃନ୍ଦାବନ ଶୋଭନୀୟ
ରାଧାକୃଷ୍ଣ ପ୍ରେମନିଧି,
ଶ୍ରୀରାଧିକା କୃଷ୍ଣ କୁସୁମ ଭ୍ରମର
ବସନ୍ତର ସୁଧାନିଧି ।। ୪ ।
ବସନ୍ତ ଆଣିଛି ଦୋଳର ଆସର
ଫଗୁଣର ଫଗୁଖେଳେ,
ପରମଆନନ୍ଦ ପରମାନନ୍ଦଙ୍କ
ଦୋଳଣ ଦୋଳିର ଛଲେ ।।୫।
ମାଧବଙ୍କ ସାଥେ ରାଇ ବିନୋଦିନୀ
ଫଗୁ ଅବିରରେ ରଙ୍ଗି,
ବୃନ୍ଦାବନଧାମେ ଝୁଲଣା ଦୋଳିରେ
ବିରାଜନ୍ତି ଏକ ସଙ୍ଗି ॥୬।
ସ୍ୱର୍ଗୁ ଦେବଗଣଙ୍କର ପୁଷ୍ପବୃଷ୍ଟି
ସାଥେ ଜୟ ଜୟଧ୍ଵନୀ,
ଶ୍ରୀରସଶେଖର ନବଜଳଧର
ଜୟ ଜୟହେ ହ୍ଲାଦିନୀ । । ୭ ।
ବ୍ରଜପୁରବାଳ ଗୋପାଙ୍ଗନା ଗଣ,
ଦର୍ଶନ କରନ୍ତି ଦୋଳି,
ରାଇ_କାହ୍ନୁ କାନ୍ତି ପୁଲକିତ କରେ
ଉଚ୍ଚାଟେ ମାରନ୍ତି ତାଲି ।।୮।
ନବନିରଦ ନିନ୍ଦିତ କାନ୍ତିତନୁ
ରାଧା ପ୍ରାଣଧନ ହରି,
ନବ ଆଶା ନବ ଉଦ୍ଧିପନା ଦିଅ
ସଭିଙ୍କ ହୃଦୟେ ଭରି ।।୯।
ରାଧାକୃଷ୍ଣ ଛବି ହୃଦୟରେ ଆଙ୍କି
ଫଗୁଣର ଫଗୁଖେଳେ,
ମନ ପ୍ରାଣ ସମର୍ପଣ କଲି ପ୍ରଭୁ
ତୁମ୍ଭ ଶ୍ରୀଚରଣତଳେ ।।୧୦।

ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା/କଳାହାଣ୍ଡି
ବିଭାଗ : କବିତା
ଲେଖକଙ୍କ ନାମ : Antaryami sahu
ଠିକଣା : At/po-palam.p.s-kesinga.via-rupraroad.dist-kalahandi.pin-766101 Palam Odisha India
ଫୋନ : 993-755-4746
ଇମେଲ : sahuantaryami12@gmail.com