ଶୀର୍ଷକ : | ନିଃସଙ୍ଗତାର ଅଶ୍ରୁ |
ବିଷୟ : | ସମସ୍ତ ଶକ୍ତି ସାମର୍ଥ୍ୟ ପ୍ରୟୋଗ କରି ତଥାପି ବୁଝିବାକୁ ଅସମର୍ଥ ମୁଁ ଆଜି ତୁମେ ଯେ ଏକ ଜଟିଳ ପ୍ରଶ୍ନ ! ଯାହାର ଉତ୍ତର ସଦା ନିରର୍ଥକ କପୋଳକଳ୍ପିତ । ଅସହ୍ୟ ଲଳିତ ମୂର୍ଚ୍ଛନା ବଂଶୀରେ ସୃଷ୍ଟି କରେ ମୃଗତୃଷ୍ଣା ଦଗ୍ଧ କରିଯାଏ ଗୋଟାପଣେ ଦାବାନଳରେ, ରଜନୀ ସାଜେ ଅଭିଶପ୍ତ ମୋ ପାଇଁ ଅଧା ଦେଖା ସ୍ବପ୍ନମାନଙ୍କ ଆୟୁଷ ସରିଯାଏ ଅର୍ଦ୍ଧରାତ୍ରୀରେ ଦେହ ଦହେ ଜହ୍ନ ଜୋଛନା ଯେଉଁଠି ଅସହ୍ୟ ଉତ୍ତାପରେ । ଆଖିରେ ପ୍ରଶ୍ନବାଚୀ ଭାବ ନେଇ ଯମୁନା ପଚାରେ କାହିଁ ସେଇ ଯୁଗଳ ପ୍ରତିବିମ୍ବ ? କାହିଁକି ଆଜି ଏ ଏକଲା ମୂର୍ତ୍ତି ହାଏ ! ସ୍ଥିର ଜଳ ଚହଲିଯାଏ ହଜିଯାଏ ତା ଗର୍ଭରେ ପ୍ରତିଫଳିତ ଛାୟା ବିଚ୍ଛେଦ ବିଗଳିତ ପ୍ରାଣରେ ନଈକୁ ବାଟୁଳି ମାରିଦେଇ ଫେରିଆସେ ମୁଁ କଦମ୍ବ ବନକୁ । କେବେ ସୁଗନ୍ଧିତ ପୁଷ୍ପରାଜ ଲାଜରେ ଲୁଚାଉଥିଲା ମୁହଁ ଯେବେ ତୁମ ସାନ୍ନିଧ୍ୟରେ ଦେହରୁ ମୋର ଚହଟୁଥିଲା କସ୍ତୁରୀ ମହକୁଥିଲା ଚତୁଃପାଶ୍ୱ, ଏବେ ମୁଁ ପରାହତ ସେଇ ପୁଷ୍ପଗଣଙ୍କ ଆଖିର ପ୍ରଶ୍ନବାଣରେ କାହିଁଗଲା ତନୁରୁ କର୍ପୂରର ରେଣୁ ? ସପ୍ତରଙ୍ଗି ଆକାଶ ପିନ୍ଧିସାରିଛି ବିଧବାର ଶାଢ଼ୀ ବିଜୁଳି ଢୋ ଢ଼ୋ ଚମକିଉଠି କାନରେ କହୁଛି ତାରା ଗଣିବାର ଦିନ ସବୁ ସରିସାରିଛି । ଜାଣିଛ ନୀଳପୁରୁଷ ! ଏବେ ବି ଝଲସିଉଠୁଛି ମୋ ତନୁରେ ତୁମେ ଦେଇଥିବା ନୀଳ ଚିହ୍ନ ମାନ, ଆଉ ବଞ୍ଚିବାର ମୋହ ନାହିଁ ମୋ ଭିତରେ ବୋଧହୁଏ କେବେଠାରୁ ମରିସାରିଛି ମୁଁ ଖାଲି ବାକି ଅଛି ନୀଳ ଚିହ୍ନମାନଙ୍କୁ ନେଇ ହସି ହସି ଶୋଇବାକୁ ଚିତାଗ୍ନିରେ । |
ବିଭାଗ : | କବିତା |
ଲେଖକଙ୍କ ନାମ : | ଦୀପିକା ଦାଶ |
ଠିକଣା : | ବ୍ରହ୍ମପୁର, ଗଂଜାମ ଓଡିଶା India |
ଫୋନ : | |
ଇମେଲ : |
The message has been sent from 157.41.93.35 (India) at 2021-04-25 08:58:36 on Chrome 86.0.4240.198
Entry ID: 72
Referrer: https://www.banamalli.com/p/thank-you.html?m=1
Form Host: https://www.banamalli.com/?m=1
Powered by 123FormBuilder
0 Comments
You can write now your valuable comments here. Off-topic comments may be removed or deleted without prior notice.