ଭଦ୍ରା ଭଗବତୀ ଦେବୀ ରୁଦ୍ରାଣୀ ଭବମୋହିନୀ।
ମହାଗୌରୀ ଶିବା ଭୀମା ମଙ୍ଗଳା ଚାରୁହାସିଣୀ।।
ଗିରିରାଜସୁତା ଦେବୀ ଭବାନୀ ସିଂହବାହିନୀ।
ବିଶ୍ୱମାତ ହରପ୍ରିୟା ବୈଷ୍ଣବୀ ଭକ୍ତବାସିନୀ।।
ବରଦା ଭକ୍ତବତ୍ସଳା କମଳା କାଳୀ ଚଣ୍ଡିକା।
ବିମଳା ହରଭାସିନୀ ବ୍ରାହ୍ମଣୀ ରମ୍ୟା ଅମ୍ବିକା।।
ଉମା କାତ୍ୟାୟିନୀ ଚଣ୍ଡୀ ଭୈରବୀ ଦକ୍ଷତନୟା।
ଚଣ୍ଡମୁଣ୍ଡାଘ୍ନି ଚାମୁଣ୍ଡୀ ଜୟଦା କମଳାଳୟା।।

ନିଶୁମ୍ଭଘାତିନୀ ଘୋରା ରକ୍ତବୀଜନିପାତିନୀ।
କରାଳବଦନା ଦେବୀ କାଳିକା ଅଟ୍ଟହାସିନୀ।।
ଭୀମନେତ୍ରା ଭୟଙ୍କରୀ ମାତ ଅର୍ଦ୍ଧେନ୍ଦୁଧାରିଣୀ।
ଲୋକତ୍ରୟ ସମାରାଧ୍ୟା ରଣଚଣ୍ଡୀ ସନ୍ତୋଷିଣୀ।।
ନରକାର୍ଣ୍ଣବତାରିଣୀ ଜଗନ୍ମଙ୍ଗଳକାରିଣୀ।
କୃଷ୍ଣକେଶା-ବିଲୁଳିତା କଳିକଳ୍ମଷନାଶିନୀ।।
କାମିନୀ କାମାକ୍ଷୀ ଚିତ୍ରାଣୀ ମହିଷାସୁରମର୍ଦ୍ଦିନୀ।
ଧୂମ୍ରଲୋଚନା ତ୍ରିପୁରା କମନୀୟା ବିଳାସିନୀ।।
ସୌମ୍ୟା ନିବୀର୍ଯା ମାତୃକା ବଗଳା ଭୁବନେଶ୍ୱରୀ।
ଉଗ୍ରତାରା ଜୟ ଦୁର୍ଗା ଶୁଭସତ୍ୟା କୃଶୋଦରୀ।। 

Writer's Details: ଅମ୍ରିତେଶ ଖଟୁଆ
୨୩୭, ଫେଜ୍ - ୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୭୫୧୦୨୪
Content Category:
Submission Date: Sep 11, 2019