ମା ମଙ୍ଗଳା - ଦୀପା ମହାନ୍ତି

0
କେଉଁ ଶବ୍ଦ ନେଇ ଲେଖିବି ଲୋ ମା
ଶବ୍ଦ ଜମା ପାଉନାହିଁ,
ଲେଖୁଲେଖୁ ତୁମ ନାମ ଯେ ଅନେକ
ସ୍ମରଣରେ ଆସୁଥାଇ ।।

କାକଟପୁରେ ମା ମଙ୍ଗଳା ସାଜିତୁ
ଭକତ ଆପଣା କଲୁ,
ଘଟଗାଁରେ ମା ତାରିଣୀ ନାମରେ
ଭକତ ମନ ମୋହିଲୁ ।।

ଫୁଲ ଭିତରେ ମା ବାଛିନେଲୁ ପୁଣି
ମନ୍ଦାର ଫୁଲକୁ ସାର,
ନାଲିନାଲି ପୁଣି ଦେଖାଯାଉଥାଏ
ମୋହିନିଏ ମନ ତୋର ।।

ଭୁବନେଶ୍ୱରରେ ଗୈରୀ ସାଜିତୁ
ସ୍ୱୟଂ ବିଜମାନ ହେଲୁ,
ସମ୍ବଲପୁରରେ ସମଲେଇ ସାଜି
ସ୍ୱୟଂ ବିମୋହିତ କଲୁ ।।

ପଣାପାଣିରେ ମା ଆଗ୍ରହ କରିଛୁ
ଭକତ ଜାଣିଲେ ମନ,
କଳିଯୁଗେ ମହାକାଳୀକା ସାଜିତୁ
କରିଲୁ ଦୁଷ୍ଟ ଦମନ ।। 

Writer's Details: ନାମ- ଦୀପା ମହାନ୍ତି
ସ୍ଥାନ- ନୁଆହାଟ, ନୁଆପାଟଣା, ଜିଲ୍ଲା- ପୁରୀ
ପିନ୍ କୋଡ- ୭୫୨୧୦୭
Content Category:
Submission Date: 10 Sep 2019 - 04:13 PM

Post a Comment

0Comments
Post a Comment (0)