ପ୍ରିୟାରେ ପିୟା ତୁ ଏକି କଲୁ (୨)
ସୁଖ ସାଥେ ସଦା ଥିଲୁ ମୋ ସାଥିରେ ।
ଦୁଖ ବେଳରେ କି ନିରଦୟ ହେଲୁ ।।
ପ୍ରିୟାରେ ପ୍ରିୟା ତୁ ଏକି କଲୁ (୨)
ସୁଖର ସପନ ଦେଖୁଥିଲି ନିତି ।
ତୋ ରୂପକୁ ଭାବି ଭାବି ।।
ସଂସାର ତୋ ସାଥେ କରିବି ବୋଲି ମୁଁ ।
କହୁଥିଲି ସାଙ୍ଗ ସାଥେ ।।
ତୋ ପ୍ରେମକି ଥିଲା ଛଳନା ମୋ ପାଈଁ ।
ଅଧାବାଟେ ଛାଡିଗଲୁ ।।
ପ୍ରିୟାରେ ପ୍ରିୟା ତୁ ଏକି କଲୁ (୨)
ଦିନଟିଏ ମୋତେ ନଦେଖିଲେ ତୁହି ।
ବିକଳରେ କାନ୍ଦୁଥିଲୁ ।।
ସକେଈ ସକେଈ ତା ଆରଦିନ ।
ତୋ ପ୍ରେମେ ଭିଜଉ ଥିଲୁ ।।
ଏ କଣ ହେଲା କହ ତୁମେ ପିୟା ।
ଅତିତର ପ୍ରେମ କି ଭୁଲି ଗଲୁ ।।
ଭଲ ପାଈବାର ଅଭିନୟ କରି ।
ପ୍ରତାରଣା ମୋତେଦେଲୁ ।।
ପ୍ରିୟାରେ ପ୍ରିୟା ତୁ ଏକି କଲୁ( ୨)

Writer's Details: ସୁଶିଲ କୁମାର ପାଣି
ଗ୍ରାମ-ତିଳିପଦା ଗଡ଼, ପୋଷ୍ଟ-ଶିଶୋ, ଗୋପ,ପୁରୀ
ପିନ୍-୭୫୨୧୧୦, ଦୂରାଭାଷ-୮୮୯୫୦୯୪୭୬୮
Content Category:
Submission Date: Sep 11, 2019