ଶରତ ଋତୁରେ ଭୋଦୁଅ ସାଥିରେ
ଆସ ଆସ ଗଜାନନ
ଆହେ ଅଗ୍ରପୂଜ୍ୟ ପ୍ରଭୂ ବିଘ୍ନରାଜ
ଦିଅଦିଅ ଦିବ୍ୟ ଜ୍ଞାନ ।

ହରପାର୍ବତୀଙ୍କ କନିଷ୍ଠ ନନ୍ଦନ
ରିଦ୍ଧି ସିଦ୍ଧି ପ୍ରାଣପ୍ରିୟ
ତୁମ କରୁଣାରେ ଦୂର ହୋଇଯାଏ
ଅଜ୍ଞାନ ଅନ୍ଧାର ଭୟ ।

ଦୋଷ ଅବଶୋଷ ସବୁ ଦୂରେ ଯାଉ
ପାଇ ତୁମରି ଦର୍ଶନ
ଶରତ ଋତୁରେ ଭୋଦୁଅ ସାଥିରେ
ଆସ ଆସ ଗଜାନନ ।

ହେ ଗଣନାୟକ ବୁଦ୍ଧି ପ୍ରଦାୟକ
ପ୍ରଭୂ ତୁମ କରୁଣାରେ
ଜ୍ଞାନର ଆଲୋକେ ଆଲୋକିତ ହୁଏ
ଅଜ୍ଞାନତା ଯାଏ ଦୂରେ ।

ତୁମରି ଚରଣେ ସମର୍ପି ଦେଇଛି
ଏଇ ମନ ଏ ଜୀବନ
ଶରତ ଋତୁରେ ଭୋଦୁଅ ସାଥିରେ
ଆସଆସ ଗଜାନନ ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Aug 30, 2019