ମାନବବାଦ ର ଶ୍ରେଷ୍ଠ ପ୍ରଚାରକ
ସତ୍ୟ ଶାନ୍ତି ର ପ୍ରତୀକ
ମୋହନ ଦାସ ରୁ ହେଲ ହେ ମହାତ୍ମା
ରଖିଲ ଏ ଜାତି ଟେକ ।
ଅହିଂସା ଅସ୍ତ୍ର ରେ ସଜ୍ଜିତ କରି
ଦେଶବାସୀ କଲ ଏକ
ଫିରିଙ୍ଗି ଶାସନ ହେଲା ଅବସାନ
ବୃଥା ଫଉଜ ବନ୍ଧୁକ ।
ଅସହଯୋଗ ର ଅହିଂସା ମନ୍ତ୍ର ର
ନୂତନ ‌ପ୍ରୟୋଗ ବିଧି
ହେଲା ପ୍ରଚାରିତ ଏ ସାରା ଜଗତ
ତୁମେ ତ ମହାତ୍ମା ଗାନ୍ଧୀ ।
ଶ୍ରେଷ୍ଠ କର୍ମବୀର ଗୀତା ଜ୍ଞାନ ସାର
ପ୍ରଚାର କଲ ଆଶ୍ରମେ
କୁଟି ଖାଅ କାଟି ପିନ୍ଧ ଥିଲା ତୁମ
ଆହ୍ବାନ ଏ ଜନଗଣେ ।
ଦଳିତ ଉଦ୍ଧାର କୁସଂସ୍କାର ଦୂର
ସ୍ୱଚ୍ଛ ଭାରତ ଗଠନ
ଅଖଣ୍ଡ ସ୍ଵରାଜ୍ୟ ଦୃଢ଼ ରାମରାଜ୍ୟ
ଏହା ଥିଲା ତୁମ ସ୍ୱପ୍ନ ।
ନ ପୁରିଲା ଆଶ ତୁମ ଅଭିଳାଷ
ଆତତାୟୀ ନେଲା ପ୍ରାଣ
ଅକାଳେ ଜୀବନ ଦେଲ ବଳିଦାନ
ଝୁରେ ମା ମାଟି ପବନ ।
ଜନ୍ମ ଜୟନ୍ତୀ ର ସଙ୍କଳ୍ପ ଆମର
ସତ୍ୟ କରି ତାଙ୍କ ସ୍ୱପ୍ନ
ଆମେ ଆଗେଇବା ସୁନାମ ଆଣିବା
ଦେଶ ଜାତି ହେବ ଧନ୍ଯ ।

Writer's Details: ଘନଶ୍ୟାମ ସାହୁ
ସହ-ସମ୍ପାଦକ -- ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା, ଜିଲ୍ଲା --- ଅନୁଗୋଳ,
ମୋବାଇଲ ନମ୍ବର --- ୭୯୭୮୦୫୭୬୯୫
Content Category:
Submission Date: Oct 02, 2019