ଲେଖୁନି ମୁଁ କବିତା, ଏହା ମୋ ମନର ବେଦନା !
ଦୁଇଟି ଅକ୍ଷରେ ନାମ ତୁମର,
ସ୍ମୃତି ହୋଇ ମନ ତଳେ କରିଲ ଘର !
ମୋ ଆଖି ପଲକରେ ଅଛ ତୁମେ ଲୁଚି,
ଓଠ ଗାଇଯାଏ ଗୁଣୁଗୁଣୁ ଗୀତ !
ମନରେ ସଜେଇ ଦିଏ ହଜାରେ ସ୍ବପ୍ନ,
ତୁମେ ପରା ମୋ ମନର ମିତ !!!

ତୁମକୁ ଦେଖିଲେ ଖୁସି ହୁଏ କାହିଁକି ମୁଁ ଆଜି
ଲାଗେ ଯେମିତ ଜୀବନରେ ସବୁ କିଛି ପାଇଛି ମୁଁ ଖୋଜି !!!
ଏ ମନକୁ ପଚାରେ ମୁଁ ପ୍ରଶ୍ନ,
ସତରେ କଣ ତୁମେ ମୋର ମୁଁ ତୁମର !
ମନର ପ୍ରତିଧ୍ୱନି କହେ ନା ଥିଲ କେବେ ତୁମେ ମୋର,
ନା ହେଇପାରିବି ମୁଁ କେବେ ତୁମର !
ତଥାପି ବି ମନର ଏ କୋହ କୁ ଛାତିରେ ଚାପି ଧରି,
ଫେରିବା ବାଟକୁ ତୁମର ଚାହିଁଥିବି !!!

ମୋ ମନରେ ସ୍ମୃତି ହୋଇ ରହିଥିଲ ତୁମେ,
ଦେଇଥିଲି ମୁଁ ତାକୁ ବନ୍ଧୁ ର ରୂପ !
ହାତ ଧରି ମୋର ନେଇଗଲ ତୁମେ,
ଦେଖେଇଲ ଏତେ ସ୍ବପ୍ନ !
ଆଜି ଯଉଠି ଖୋଜେ ମୁଁ ତୁମକୁ,
ପାଏ ଖାଲି ତୁମ ପାଦ ଚିହ୍ନ !!! 

Writer's Details: ନିବେଦିତା ସାହୁ
Content Category:
Submission Date: Aug 13, 2019