ବୀର ରମଣୀ ଆମ ଜନନୀ
ଉତ୍କଳ ଯାହା ନାମ
ଦୁଃଖିନୀ ଆଜି କାନ୍ଦଇ ଲୋଟି
ଦେଖି ଆମରି କାମ ।
ଆପଣା ସ୍ବାର୍ଥେ ସରବେ ବାଇ
ବିଭେଦ ବୀଜ ବୁଣି
ମାତୃଭାଷାକୁ ବିଦେଶୀ କହୁ
ବୋଲାଇ ପୁଣି ଗୁଣୀ ।
ଛବିଳ ମଧୁ ବର୍ଣ୍ଣବୋଧକୁ
ଅଲୋଡା କେତେ କହି
ଅନଳେ ଜାଳି କରିଲେ ଭସ୍ମ
ମାଆ ନପାରେ ସହି ।
ପାଞ୍ଚ ଭାଇଙ୍କ ପାଞ୍ଚଟି ମନ
ଏକା ଗରଭୁ ଜାତ
ଭାଷା, ସଂସ୍କୃତି ଅଲଗା ସିନା
ଅଭିନ୍ନ ଆମ ମାତ ।
ସଭିଏଁ ଆମେ ଏକା ସମାନ
ମାଆ ନୟନ ତାରା
କାନ୍ଧରେ କାନ୍ଧ ମିଶାଇ ଆସ
ଢାଳିବା ମଧୁ ଧାରା ।
ଆମେ ହସିଲେ ଧରା ହସିବ
ସୁଖୀ ହୋଇବ ମାଆ
ଅମର କୃତି ରଚିବା ମିଶି
ରଖିବା ତା'ର ନାଆଁ । 

Writer's Details: ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
Content Category:
Submission Date: Aug 23, 2019