ଶିଖୀଖଣ୍ଡ ଶିଖ ବ୍ରଜରାଜ ସୁତ
କାନ୍ତି ନବଜଳଧର ନିନ୍ଦିତ ହେ ,
ଶୁଭ୍ର ଶଶାଙ୍କ ନିନ୍ଦିତ ବିଧୂ ମୁଖ
ଚାରୁ ମନ୍ଦହାସ ସୁର ବନ୍ଦିତ ହେ   ।।
ଚୂର୍ଣ୍ଣ କୁନ୍ତଳ ମସ୍ତକ ବିଶୋଭିତ
ରସ ଶେଖର ନାଗର କଞ୍ଜନେତ୍ର ,
ଶ୍ୟାମ ସୁନ୍ଦର ମନ୍ଦର ଧାରଣ ହେ
ବ୍ରଜେ ବସନ୍ତ ମଳୟ ମରୁତ ହେ   ।।
ଗଳେ ବନମାଳ ମଣୀ ମରକତ
ଗୁଞ୍ଜମାଳ କଉସ୍ତୁଭ ହୃଦପଦ୍ମେ ,
କୋଟି ମାର ଜିଣି ଦିଶେ ନନ୍ଦ ବାଳ
ବେଣୁକରେ ତା କଙ୍କଣ ବିରାଜିତ   ।।
ଅଙ୍ଗେ ପାଟ ପିତାମ୍ଵରି ଦିବ୍ୟ ବସ୍ତ୍ର
ରତ୍ନ ମେଖଳା ସୁନ୍ଦର କଟିପଟ  ,
ପଦେ ନୁପୁର ତ୍ରୀଭଙ୍ଗି ଛନ୍ଦାପଦ
ମନ ରହୁ ସେହିପଦେ ଅବିରତ   ।।