ପରଟା ସାଙ୍ଗଙ୍କୁ ଯେମିତି ଦରକାର ଘିଅ,
ସେମିତି ସମ୍ପର୍କରେ ବନ୍ଧା ଫେସବୁକ ଓ ଜିଓ।ଯୁବପିଢ଼ି ଆଜି ଦିନରାତି ବସି କଥା ହେଉଛନ୍ତି ମାଗଣା,
ନାହିଁ ଆଉ ସେ ପରିବାର ସାଙ୍ଗ କାନ୍ଦୁଛି ଆଜି ସେ ଅଗଣା।
ପାଠପଢା ଆଜି ମଉଳି ପଡୁଛି ସାଙ୍ଗ ଲିଷ୍ଟ ନିତି ଏଠି ବଢେ,
ଲାଇବେରି ଏଠି କାନ୍ଦୁଛି ଲୋ ମିତ ବହି ସବୁ ସେଠି ସଢେ।
କି କହିବି ସାଙ୍ଗ ଜିଓର ଗାରିମା କି କହିବି ତାହା କଥା,
ଶୁଣି ଦେଲେ ଥରେ ହେବୁତୁ ବାଇଆ ଘୁରିବ ତୋହର ମଥା।
ଦିନ ନୁହଁ ସାଙ୍ଗ ସାରା ଜୀବନକୁ ଗ୍ରାସିଛି ଯେ ଏହି ଜର,
ଦିନ ତ ଆସିବ କିଛି ନ ବୁଝି ହେବେ ଏମାନେ ଥରହର।
ଆଉ ତ ନାହଁ ସେ ଲୁଚକାଳି ଖେଳ ନାହିଁ ଆଜି ଲମ୍ବା ଡିଆଁ,
ସବୁ ଆଜି ପୋଡି ଛାରଖାର ହେଲା ଜିଓ କଲା କି କିମିଆଁ।
ବଦଳିବା ଏଠି ଭଲ କଥା ଟିଏ ଯଦି ଦିଏ ନାହିଁ କଷ୍ଟ,
ଏ ନୁଆ ଯୁଗ ବଦଳେ ଏମିତି ସବୁହେବେ ପଥଭ୍ରଷ୍ଟ।
Writer's Details: ରଶ୍ମି ରଞ୍ଜନ ନାୟକ
ସାହାଣି ସାହି, ବାଲିପାଟଣା ,ଖୋର୍ଦ୍ଧା
Content Category:
Submission Date: Aug 22, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.