ନୂଆଖାଇ ଆସେ......
ମହନୀୟ ସଂପର୍କରବୀଜ ବୁଣିଦେଇ
ଉଜ୍ଜୀବିତ କରେ ପ୍ରାଣ
ଭ୍ରାତୃତ୍ୱର ମହାନ୍ ମନ୍ତ୍ରରେ,
ଆସେ ପୁଣି
ବୋଉଳ ଫୁଲର ମହକରେ
କୋରେଇଁ ଫୁଲର ବାସ୍ନାରେ
ଭୋଦୁଅର ପୂଣ୍ୟ
ଶୁକ୍ଳ ପଞ୍ଚମୀରେ
ପୁର୍ଣ୍ଣ କରି ସଂତପ୍ତ ଜୀବନ।
ନୂଆଖାଇ ଆସେ.......
ସମର୍ପଣ ଭାବନାରେ
ପୁଲକିତ କରି ପ୍ରାଣ
କୃତଜ୍ଞତା ର ପ୍ରିତୀ ପୁଷ୍ପ ସହ
ପ୍ରକୃତିର ପ୍ରଥମ ଶଶ୍ଯକୁ
ଈଷ୍ଟଦେବୀ ଦେବତାଙ୍କ
କର କମଳରେ ଭେଟିଦେଇ
ମାଗୁଥାଏ ଆଶୀର୍ବାଦ
ହୃଦୟରେ ରଚୁଥାଏ ପୂଣ୍ୟ ।
ନୂଆଖାଇ ଆସେ.............
ନୂଆଖାଇ ଜୁହାର୍, ଭେଟ୍ ଘାଟ୍
ଧାର୍ମିକ ଓ ସାଂସ୍କୃତିକ
ଚେତନାକୁ ପରିପୁଷ୍ଟ କରି
ଭରୁଥାଏ ପ୍ରାଣ,
ମୈତ୍ରୀ, ପ୍ରିତୀ, ସୌହାର୍ଦ୍ଦ୍ୟର
କରେ ଆଦାନ ପ୍ରଦାନ
ପରିଧାନ କରି
ନୂତନ ବସନ
କରେ ନବାନ୍ନ ଭକ୍ଷଣ
ଅନ୍ତର୍ଚେତନାକୁ ଜାଗ୍ରତ କରି
ଅନ୍ତରେ ଅନ୍ତରେ ଦିଏ
ନୂତନତ୍ବର ଆହ୍ଵାନ।
ନୂଆଖାଇ ଆସେ..............
ଦୂରେଇ ଦେଇ କର୍ମକ୍ଳାନ୍ତ ଜୀବନର
ସବୁ ଅବସପଣ
ଡାଲ୍ ଖାଇ, ରସକେଲି, ପଞ୍ଚବାଦ୍ଯର
ତାଳେ ତାଳେ ନାଚିଉଠେ ପ୍ରାଣ,
ପୁଣି କହୁଥାଏ କାନେ କାନେ
ଭୁଲିଯାଇ ଦୋଷ ତ୍ରୁଟି
ପୁରୁଣା ଦିନର
ଗଢିତୋଳିବା ଏକ ନୂତନ ଜୀବନ
ବିବିଧତା ମଧ୍ୟରେ ଆଣିବା
ଏକତ୍ବର ଅତୁଟ ବନ୍ଧନ।।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 22, 2019