ଉଜାଣୀ ବୟସ 
ଅଜଣା ଦରଜ
ଅଙ୍ଗେ ମୋ କରିଛି ବାସ......
ତା'ରି ଭୟରେ
କମ୍ପେ ମୋର ହିଆ
ନକର ହେ ଉପହାସ......

ଗରଳ ପରିକା
ମରମ ବେଦନା
ଛାଡିଯାଅ ମୋର ପାଶେ......
କି କଥା କହିବି
କିଏ ସେ ଶୁଣିବ
ଚତୁର୍ପାଶ ମୋର ହସେ......

ପ୍ରିତୀ ପରେ ବସି
ମଖମଲ୍ଲୀ ଶେଜେ
ନିଇତି ତୁମକୁ ଖୋଜେ......
ରାତି ବଢିଚାଲେ
ଅଳସ ଦେହରେ
ଆସିବନି ତୁମେ ବୁଝେ.......

ସପନରେ କାହିଁ
ମୂର୍ଛେଇ ଦିଅ ଗୋ
କୂଳକିନାରା ମୋ ହଜେ......
ତୁମରି ଗୁଣକୁ
ତୁମରି ଋପକୁ
ନିଇତି ମରମେ ହେଜେ......
ନିଇତି ମରମେ ହେଜେ...... 

Writer's Details: Pratap Nayak Ambasouri BALICHANDRAPUR JAJPUR
Content Category:
Submission Date: Aug 11, 2019