![](https://blogger.googleusercontent.com/img/b/R29vZ2xl/AVvXsEj3GPBvrHJFKs_oSMbjmXMJ508qHaGj9dL5LoWxbMGEUCdPOHh_MxLI3CVv9DmE8Y2Dq6qrNA3YeRlVs3YTWwAwHMntcJ1EDNWrw3H3I4CMlcVIQHT25GYBe8D8ol991gJdQSTbIVXKmXc/s1600/rain.jpg)
(ଏକ)
ଠା ଠା ଶୁଖିଲା ଭୂଇଁରେ ପାଦ ଥାପିତୁମେ ଯେବେ ଓହ୍ଲେଇ ଆସିଲ
ଧରିତ୍ରୀର ବୁକୁରେ
ମହକିଗଲା ମାଟିର ବାସ୍ନା
ଅଙ୍କୁରିଗଲା ତୃଣ ମଂଜିରୁ
ଏବେ ଯେଉଁଠି ଦେଖିବ
ସୃଷ୍ଟିର ସ୍ୱାକ୍ଷର
ସବୁଜ ମାୟାରେ ଆନ୍ ମନା ଧରିତ୍ରୀ ।
(ଦୁଇ)
ବର୍ଷା ଆସିଲେ
ସ୍ମୃତିର କାଗଜ ଡଙ୍ଗା ଖୋଜେ
ଗୋଟେ ପରିଚିତର ଠିକଣା
ବୋହିନେବାଲାଗି
ସୁଖଦୁ଼ଃଖ ଲହୁଲୁହ ହସକାନ୍ଦ
ଚୁନାଚୁନା କେତେ ଯେ ଭାବନା ।
Writer's Details: ଘନଶ୍ୟାମ ମହାନ୍ତ
କରଦାଙ୍ଗୀ,ତେଲକୋଇ,କେନ୍ଦୁଝର
Content Category:
Submission Date: Aug 12, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.