ଦେଖାହେବ ଯଦି ଜୀବନରେ କେବେ
ବିଜନ ବେଳାରେ ସାଥୀ
ମୋ ଆଖିକୁ ଦେଖି ବୁଝିଯିବ ତୁମେ
କେମିତି ଅଛିସେ ସ୍ମୃତି ।

ସପନ ରାଇଜେ ଆଜିବି ମୁଁ ଅଛି
ତୁମେଯା ଦେଖାଇ ଥିଲ
ସେନିଆଁ ଝୁଲକୁ ଜୋଛନା ଭାବି ମୁଁ
ଆଜିବି ପାଉଛି ଭଲ ।

ସେଇ ମୁହୂର୍ତ୍ତର ପ୍ରତୀକ୍ଷା କରେ ମୁଁ
ଆସିବନି ଯେଉଁ ତିଥି
ଦେଖାହେବ ଯଦି ଜୀବନରେ କେବେ
ବୀଜନ ବେଳାରେ ସାଥି ।

ସାତସୂର ଛନ୍ଦେ ତ୍ରିପଟା ଠାଣିରେ
ତୁମେତ ସଙ୍ଗୀତ ମୟ
ଏକାକୀ ଏଇମୋ ବେସୁରା ଗୀତକୁ
ଗାଇବାକୁ ଲାଗେ ଭୟ ।

ତୁମେ ଗଲାଦିନୁ ଅସରନ୍ତି ଦିନ
ଅଶାନ୍ତ ଗହନ ରାତି
ଦେଖାହେବ ଯଦି ଜୀବନରେ କେବେ
ବୀଜନ ବେଳାରେ ସାଥୀ ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Aug 06, 2019