କବିତା - ଯୁଦ୍ଧ ଆଉ ସନ୍ଧି - ଶିବ ଚରଣ ମହାପାତ୍ର

0
ଆସ ନଷ୍ଟନୀଡରେ ସଜେଇବା
ରାତିର କାହାଣୀ
ଜହ୍ନରେ ଭରିଦେବା ଛାତିଭର୍ତ୍ତି ପ୍ରେମ
ଆଉକେତେ ଅଭିସାର ପୁଣି..!!

ଆସ ବାତ୍ୟା ପିଠିରେ ଆଙ୍କିଦେବା
ପୁନରୁଦ୍ଧାର ଚିତ୍ର
ନର କଙ୍କାଳ କାନରେ ଫୁଙ୍କିଦେବା
ମୃତ୍ୟୁଞ୍ଜୟୀ ମନ୍ତ୍ର..!!

ଯୁଦ୍ଧ ତ ଅନେକ ଜିତିଲେ
ସ୍ୱପ୍ନ ପାଇଁ ଜାତି ପାଇଁ ପାରିଜାତ ପାଇଁ..!
ଲୁହ ବି ଅନେକ ଢାଳିଲେ ସମୟର ସାରୁପତ୍ରେ
ଦେହ ପାଇଁ , ଦହନ ପାଇଁ , ଦରିଦ୍ରତା ପାଇଁ..!!

ଆସ ଆଜି ଆଉଥରେ
ଭୋଗୀକୁ ଶୁଣେଇବା
ତ୍ୟାଗର ବିକ୍ରମାଦିତ୍ୟ ଗପ..!
ରାଜା ବିକ୍ରମ ଚିନ୍ତା ଚେତନାରେ ଛାଡିଦେଇଯିବା
ଯୁଦ୍ଧ ଆଉ ସନ୍ଧିର ମିଠା ଅଭିଶାପ..!!

ସେ ହିସାବ ନିକାଶର ନିକିତି ତଉଲୁ ତଉଲୁ
ଆସ ସ୍ୱଚ୍ଛ କରିନେବା ମଣିଷପଣିଆ ଅଳନ୍ଧୁ ଲଗା ରୂପ..!
ଭୂମିରୁ ଭୂମା ଯାଏଁ ମହକେଇ ଦେବା
ଜାଳି ତ୍ୟାଗ ମହାଦୀପ..!!
ସଜେଇ ପ୍ରେମ ଝୁଣା ଧୂପ..!!

      ■■■

*ଶିବ ଚରଣ ମହାପାତ୍ର*
*ଚକ୍ରଧରପୁର:କେନ୍ଦୁଝର*


Sent from my Samsung Galaxy smartphone.

Post a Comment

0Comments
Post a Comment (0)