ବିଦ୍ୟାଦାତା ଗଣପତି - ମିଥୁନ୍ ସାହୁ

0
ଦେବ ଦେବ ମହାଦେବଙ୍କର ପୁତ୍ର
ବିଦ୍ୟାଦାତା ଗଣପତି,
ତୁମ୍ଭରି ଚରଣେ କୋଟି ଦଣ୍ଡବତ
ଘେନ ମୋହର ପ୍ରଣତି,,।।

ଅଜ୍ଞାନୀ ଟିଏ ମୁଁ ପୂଜୁଛି ତୁମ୍ଭକୁ
ଦେଇ ମୋର ଭକ୍ତି ଭାବ,
ଜ୍ଞାନର ଭଣ୍ଡାର ଢାଳିଦିଅ ପ୍ରଭୁ
ଜୀବନ ସାର୍ଥକ ହେବ,,।।

ତୁମ୍ଭରି କୃପାରୁ ପ୍ରଭୁ ହେ ମୋହର
ହୋଇବ ଚପଳମତି,
ମାଗୁନାହିଁ କିଛି ଧନ ଦଉଲତ
ଏତିକି କରେ ବିନତି,,।।

ଦିଅ ହେ ଆଶିଷ ପ୍ରଭୁ ଲମ୍ବୋଦର
ଗୁହାରି ମୋହର ଶୁଣି,
ତୁମ୍ଭରି ଆଶିଷେ ସାରା ସଂସାରକୁ
ପାରିବି ସତେ ମୁଁ ଜିଣି,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)