ବଡଦାଣ୍ଡ ଜଗା ଯାଇ ପାରୁନାହିଁ
ଟାଣୁଛି ମୋ ଟିକି ରଥମୋ ଗାଁଆର ପଥ ତୋର ବଡଦାଣ୍ଡ
ରଥେ ଉଡେ ତୋର ନେତ ।
ପୁରୀ ଯିବାପାଇଁ ଲାଗେ ନାହିଁ ଡୋରି
ଛିଣ୍ଡେନି ହୃଦୟ ଡୋରି
ସେଇ ଡୋରି ମୋର ଜୀବନେ ଆୟୁଧ
ସେଇ ତ ଜୀବନ ତରୀ ।
ମୋର ଟିକି ରଥ ତୁମ ନନ୍ଦିଘୋଷ
ବିଜେ ପ୍ରଭୁ ଦାରୁଦିଅଁ
ପଣ୍ଡା ପଢିଆରୀ ମୋ ଭାଇ ଭଉଣୀ
ଆଉ କିବା ଲୋଡା କୁହ।
ମୋ ଠାକୁର ଘର ତୋ ଶିରୀ ମନ୍ଦିର
ନ ଜାଣେ ମୁଁ ଉପଚାର
ଜାଣିଛି ଏତିକି ଶୁଦ୍ଧ ଅନ୍ତର
ଅଟେ ତୋର ପୂଜା ଘର ।
ଯେଉଁ ଟିକି ହାତ ତୋ ରଥ ଟାଣୁଛି
ଦିଅ ତାକୁ ଆଶୀର୍ବାଦ
ଦୁନିଆର ଦୁଃଖ ଲାଘବ ପାଇଁକି
କରିଦିଅ ତାକୁ ଶକ୍ତ ।
ଟିକି ବଡଦାଣ୍ଡେ ଯେଉଁ ପାଦ ଚାଲେ
ତୋ ରଥକୁ ବାହି ବାହି
ଶକ୍ତ ହେଇଯାଉ ସେଇ ପାଦ ନବ
ଜୀବନ ରଥକୁ ବହି ।
ତୋର ଚକା ଆଖି ସବୁତ ଦେଖୁଛି
କିଛି ମାଗିପାରେ ନାହିଁ
ତୋ ଅଭୟ ହାତ ଶିର ପରେ ଥାଉ
ଏତିକି ମିନତି ସାଇଁ ।।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 03, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.