କି ଥିଲା ସୃଷ୍ଟି ଆଗରୁ
କି ଅବା ସୃଜନ ଠାରୁ
ଜଳ ସ୍ଥଳ ବାୟୁ ଅଗ୍ନି ଅବା ଅମ୍ବର
ଜାଣେନା ଜାଣେନା ମତି
କଳିବାକୁ ତୋ ଶକତି
ତୁହି ସୃଷ୍ଟି ତୁହି ସ୍ରଷ୍ଟା ତୁ ପରାତ୍ପର
ଧୂଳିକଣା ଆତ୍ମା ମୁହିଁ
ହସୁଥାଏ ତୋତେ ଚାହିଁ
ତୋ ହସର ରହସ୍ୟକୁ ନପାରି ଛୁଇଁ
ତୋ ଆଶିଷ ବର୍ଷା ବାରି
ଶିରେ ମୋର ଗଲେ ଝରି
ମୁଢମତି ସାରୁ ପତ୍ର ସାଜଇ କାଇଁ..
କୋକୀଳ କଣ୍ଠରେ କୁହୁ
ଫୁଲ ଦେହେ ମିଠା ମହୁ
ନିର୍ଝରିଣୀ ମୃଦୁ ମୃଦୁ ସ୍ୱର ମୂର୍ଚ୍ଛନା
ଅକାରଣ କାରଣ ତୁ
ନିରାନନ୍ଦ ଆନନ୍ଦ ତୁ
ପଥ-ପଥି-ସାରଥି ତୋ ହାତ ସର୍ଜନା..
ହସ କାନ୍ଦ ଲହୁ ଲୁହ
ଛାତି ତଳ ମୁକ କୋହ
ଶୁଣିଛି ମୁଁ ସବୁକିଛି ତୁମରି ଦାନ
କାମନା ବାସନା ରଙ୍ଗେ
କାମିନୀ ଯାମିନୀ ସଙ୍ଗେ
ଆନମନା ହୁଏ କାଇଁ ଅବୁଝା ମନ..
ତୋ ହାତରେ ଡୋରୀ ଯେବେ
ଇନ୍ଦ୍ରିୟ କାହିଁକି ଭାବେ
ସର୍ବ ସୁଖ ତା' ହାତର ଖେଳଣା ବାଡି
ସ୍ୱସ୍ୱାର୍ଥ ଅହଂ ଗରବେ
ପଶୁ ତୁଲ୍ୟ ଜିଏଁ ଭବେ
ଦାନବ ପ୍ରବୃତ୍ତି ଗର୍ଜନ ମାରେ ଘଡ୍ଘଡି..
ଟେକି ଦେଲି ଦୁଇ ହାତ
ରଖ ବାରେ ଜଗନ୍ନାଥ
ସବୁତ ତୁମରି ଇଛା ମୋ ଇଛା ଅନିଚ୍ଛା
ଅଧମ ମୁଁ ନରାଧାମ
ତୋ ଆଦେଶେ ତୁଟୁ କାମ
ନାମ ସଂକୀର୍ତ୍ତନ ତୁଣ୍ଡେ ମୋ ଶେଷଇଛା..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
ଜଳ ସ୍ଥଳ ବାୟୁ ଅଗ୍ନି ଅବା ଅମ୍ବର
ଜାଣେନା ଜାଣେନା ମତି
କଳିବାକୁ ତୋ ଶକତି
ତୁହି ସୃଷ୍ଟି ତୁହି ସ୍ରଷ୍ଟା ତୁ ପରାତ୍ପର
ଧୂଳିକଣା ଆତ୍ମା ମୁହିଁ
ହସୁଥାଏ ତୋତେ ଚାହିଁ
ତୋ ହସର ରହସ୍ୟକୁ ନପାରି ଛୁଇଁ
ତୋ ଆଶିଷ ବର୍ଷା ବାରି
ଶିରେ ମୋର ଗଲେ ଝରି
ମୁଢମତି ସାରୁ ପତ୍ର ସାଜଇ କାଇଁ..
କୋକୀଳ କଣ୍ଠରେ କୁହୁ
ଫୁଲ ଦେହେ ମିଠା ମହୁ
ନିର୍ଝରିଣୀ ମୃଦୁ ମୃଦୁ ସ୍ୱର ମୂର୍ଚ୍ଛନା
ଅକାରଣ କାରଣ ତୁ
ନିରାନନ୍ଦ ଆନନ୍ଦ ତୁ
ପଥ-ପଥି-ସାରଥି ତୋ ହାତ ସର୍ଜନା..
ହସ କାନ୍ଦ ଲହୁ ଲୁହ
ଛାତି ତଳ ମୁକ କୋହ
ଶୁଣିଛି ମୁଁ ସବୁକିଛି ତୁମରି ଦାନ
କାମନା ବାସନା ରଙ୍ଗେ
କାମିନୀ ଯାମିନୀ ସଙ୍ଗେ
ଆନମନା ହୁଏ କାଇଁ ଅବୁଝା ମନ..
ତୋ ହାତରେ ଡୋରୀ ଯେବେ
ଇନ୍ଦ୍ରିୟ କାହିଁକି ଭାବେ
ସର୍ବ ସୁଖ ତା' ହାତର ଖେଳଣା ବାଡି
ସ୍ୱସ୍ୱାର୍ଥ ଅହଂ ଗରବେ
ପଶୁ ତୁଲ୍ୟ ଜିଏଁ ଭବେ
ଦାନବ ପ୍ରବୃତ୍ତି ଗର୍ଜନ ମାରେ ଘଡ୍ଘଡି..
ଟେକି ଦେଲି ଦୁଇ ହାତ
ରଖ ବାରେ ଜଗନ୍ନାଥ
ସବୁତ ତୁମରି ଇଛା ମୋ ଇଛା ଅନିଚ୍ଛା
ଅଧମ ମୁଁ ନରାଧାମ
ତୋ ଆଦେଶେ ତୁଟୁ କାମ
ନାମ ସଂକୀର୍ତ୍ତନ ତୁଣ୍ଡେ ମୋ ଶେଷଇଛା..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
