ତୁମେ ରହିଛ ରହିଥିବ 
ମୋ ହୃଦୟର
ନିଭୃତ କୋଣେ
ତୁମ କଥା ଭାଳୁଥାଏ
ମୋ ମନ
ପ୍ରତିକ୍ଷଣେ,ଅନୁକ୍ଷଣେ
ତୁମେ ଲୋଡ଼ କି
ନ ଲୋଡ଼ ମୋତେ
ମୁଁ ରହିଥିବି କିନ୍ତୁ
ତୁମ ସାଥେ
ବିପଦେ ଆପଦେ
ତୁମେ ଡାକ କି
ନ ଡାକ ମୋତେ
ମୁଁ ହୋଇଥିବି ଠିଆ
ତୁମ ପଛରେ
ତୁମେ ଭଲ ପାଅ କି
ନ ପାଅ ଭଲ ମୋତେ
ମଙ୍ଗଳ ମନସୁଥିବି
ମୁଁ ତୁମ ସବୁ
ସମୟରେ

Writer's Details: ମହେଶ୍ଵର ଦାଶ, ନରସିଂହପୁର ଶାସନ, କେଉଁଝର
Content Category:
Submission Date: Jul 31, 2019