ପ୍ରେମ କଥା ମୋତେ ପଚାରନା ବନ୍ଧୁ
ପ୍ରେମ ଭାରି ଭୟଙ୍କର
ନଛୁଇଁବା ଯାଏ ଦୂର ପରବତ
ଛୁଇଁଦେଲେ ବିଷ ହାର ।

ଫଗୁଣର ରଙ୍ଗ ଶ୍ରାବଣର ମେଘ
ମହମହ ଜହ୍ନ ରାତି
ସାରୁ ପତରରେ ପାଣି ଦୁଇଟୋପା
ଦୁହେଁ ଦୁହିଁଙ୍କର ସାଥି ।

ବିଶ୍ୱାସର ଭାର ଟିକିଏ କମିଲେ
ଏ ଜୀବନ ଛାରଖାର
ପ୍ରେମ କଥା ମୋତେ ପଚାରନା ବନ୍ଧୁ
ପ୍ରେମ ଭାରି ଭୟଙ୍କର ।

ଜୀବନ କାନ୍ଥର ମନ ଆଇନାରେ
ସେ ଗୋଟେ ଛୋଟିଆ ଦାଗ
କଳଙ୍କିତ ଜହ୍ନ ମିଛସେ ସପନ
ଛଳନାର ଅନୁରାଗ ।

ଜଳିଯାଏ ଦେହ ତୁଟେ ନାହିଁ ମୋହ
ଅସରନ୍ତି ଲୁହ ଧାର
ପ୍ରେମକଥା ମୋତେ ପଚାରନା ବନ୍ଧୁ
ପ୍ରେମ ଭାରି ଭୟଙ୍କର ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Jul 30, 2019