ଆମ ଓଡିଶା , ମାଟି ମା ଉତ୍କଳ ! ସୁନ୍ଦର ରାଇଜ ମୋର କେଡେ ମିଠା ମୋ ଭାଷା, ନୁହେଁ କି? କିନ୍ତୁ ଏ କଣ ?? ମୋ ଭାଷା ଏତେ ସରଳ, ସାବଲୀଳ ଆଉ ମିଠା ହୋଇ ମଧ୍ୟ ଓଡ଼ିଆ ଗୀତ ମାନଙ୍କରେ ଓଡ଼ିଆ ଶବ୍ଦର ଘୋର ଅଭାବ ହେଉଛି | ଯେଉଁମାନେ ଓଡ଼ିଆ ଗୀତର ସଂଳାପ ଲେଖୁଛନ୍ତି, ସେମାନେ ଏମିତି ପାଗଳାମି କାହିଁ କରୁଛନ୍ତି, ସେମାନଙ୍କୁ କଣ ଓଡ଼ିଆ ଶବ୍ଦ ବ୍ୟବହାର କରିବାରେ କଷ୍ଟ ଲାଗୁଛି ନା ଲାଜ ? ପ୍ରକୃତରେ ଓଡ଼ିଆ ଶବ୍ଦ ବ୍ୟବହାର କରିବାରେ କଣ ବା ଅସୁବିଧା ରହିଛି | ଆମେ ଯୁବପିଢୀ ମାନେ ଓଡ଼ିଆ ଗୀତ ଶୁଣିବାରେ ଆତୁର କିନ୍ତୁ ଏଇ ହିନ୍ଦୀ- ଉର୍ଦୁ ମିଶା ଦରମରା ଖଣ୍ଡିଆ ଖାବରା ଓଡ଼ିଆ ଗୀତ ଶୁଣିପାରିବୁ ନାହିଁ | ଏମିତି ଖଣ୍ଡିଆ ଖବର ଓଡ଼ିଆ ଗୀତ ଶୁଣି ଆମ ଦେହରୁ ଲହୁ ଝରୁଛି ଲହୁ | ଆମେ ମାନେ ଆମ ନିଜ ଭାଷାର ଗୀତ ଶୁଣିବାକୁ ଚାହୁଁ , କିଛି ମିଶାମିଶି କି ଭେଜାଲ ନୁହେଁ | ହେଇ ଏବେ ମନେ ପଡ଼ିଯାଏ ସୁନ୍ଦର ଗୀତଟିଏ " ରୂପା ଶଗଡ଼ିରେ ସୁନା କନିଆଁ" , ଏଇ ଗୀତଟି କାହା ମନକୁ ବା ନ ଛୁଇଁଛି ? ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆ ମନରେ ଏଇ ଗୀତଟି ରାଜ କରୁଛି ଆଉ କରୁଥିବ ମଧ୍ୟ | କିନ୍ତୁ ଆଜିକାଲିର ଓଡ଼ିଆ ଗୀତ ଶୁଣିଲେ କାନ୍ଦିବାକୁ ଇଚ୍ଛା ହୁଏ , ଯେଉଁଥିରେ କି ଓଡ଼ିଆ ଶବ୍ଦର ଅଭାବ ସାଙ୍ଗକୁ, ଯେମିତି ସେମିତି ଗୋଟେ ଗୀତ ବନେଇ ବଜାରକୁ ଛାଡିଦିଅ | ଆଉ ସେଥିରେ କେଇ କେତେଟା ବାତେରା ମଦୁଆ ଯେ କି ଏମିତି ସବୁ ଗୀତକୁ ଶୁଣି ମନ ଭାରି ଉପଭୋଗ କରିଥାନ୍ତି | କିନ୍ତୁ ଆମ ପାଇଁ କଣ କାଇଁ , ଏ ସବୁ ଗୀତ ଶୁଣି ସ୍ୱାଭିମାନୀ ଓଡ଼ିଆର ଛାତି ଫାଟିଯିବ , ସେମିତିକା ଗୀତ ଶୁଣି ଲୁହ ତ ଦୂରର କଥା ନୁହେଁ ଲହୁ ଝରୁଛି |


ଏଇ ସୁନ୍ଦର ଭାଷାଟି ଶାସ୍ତ୍ରୀୟ ଭାଷା ମାନ୍ୟତା କ୍ଷେତ୍ରରେ ଷଷ୍ଠ ସ୍ଥାନ ଅଧିକାର କରିଛି ଯାହାକି ଆମ ଓଡ଼ିଆ ଜାତି ପାଇଁ ଏକ ଗର୍ବ ଆଉ ଗୌରବର କଥା | ବିଦେଶୀ ଓ ବିଦେଶିନୀ ଆସି ଓଡ଼ିଆ ଶିଖି ଚାଲିଯାଉଛନ୍ତି ପୁଣି ସେଥିରେ ସେମାନେ ଓଡ଼ିଆ ଜାତି , ଓଡ଼ିଆ ଭାଷା ଆଉ ଓଡ଼ିଆ ମାଟିକୁ ଭଲ ପାଇପାରୁଛନ୍ତି ତାହାଲେ ଆମେ ଆମ ନିଜ ମାଟି ମା' ପ୍ରତି ଏତେ ଅବହେଳିତ କଣ ପାଇଁ? ଓଡ଼ିଆ ହୋଇ ଯାହା ତ ସ୍ନେହ କରୁଛେ ନିଜ ମାଟିକୁ ସେ କଥା ପ୍ରଭୁ ଜଗନ୍ନାଥଙ୍କୁ ଜଣା ସେଥିରେ ପୁଣି ଓଡ଼ିଆ ଗୀତ - ସଙ୍ଗୀତ ସହିତ ଏତେ ଛଳନା ଆଉ କପଟ କାଇଁ କରୁଛେ ? 


Writer's Details: Ranjita Das , NIT Rourkela, Odisha, India.
Content Category:
Submission Date: Jul 18, 2019