ସଜଫୁଟା କଇଁ ନେଉଛି ତୋଳି ,
ମାଳା ଗୁନ୍ଥିବି ମୁଁ ଭଳିକି ଭଳି ।

ଶଇଳ,ରେବତୀ,ସୁପ୍ରଭା-ଶଶୀ ,
ସଜାଇବୁ ପୂଜାମଣ୍ଡପ ମିଶି ।

ବିଦ୍ୟାଳୟେ ହେବ ଗଣେଶ ପୂଜା ,
ସେଥିପାଇଁ କେତେ ଚାଲିଛି ସଜ୍ଜା ।

ଫୁଲ ପାଇଁ ମୋର ପଡ଼ିଛି ପାଳି ,
ନେଉଅଛି ତେଣୁ ମୁଁ-କଇଁ ତୋଳି ।

ସଜଫୁଟା ଏଇ କଇଁରେ ପରା ,
ପୂଜା ମଣ୍ଡପଟି ଦିଶିବ ତୋରା ।

ବିଦ୍ୟାଦାତା ଦେଖି ହୋଇବେ ତୋଷ ,
ମୋତେ ଯାଚିଦେବେ ଶୁଭ ଆଶିଷ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।