ଦୃଷ୍ଟି ଆଢୁଆଳରେ ଆଜି ଅନେକ ପ୍ରତିଭା । ଖୁବ ଚଳଚଞ୍ଚଳ ସେମାନଙ୍କ ଲେଖନୀ । ହେଲେ ଝଡି ଯାଆନ୍ତି ଅକାଳରେ । କାହାର ବି ଟିକେ ନିଘା ନଥାଏ ପରଖିବାକୁ ସେମାନଙ୍କ ସୃଷ୍ଟିର ବିକଶିତ ରୂପକୁ, ସତେ କେଡେ ସୁନ୍ଦର ସେମାନଙ୍କ ସୃଷ୍ଟିର ଅପୂର୍ବ ସଂଭାର । ଅକାଳରେ ଝଡିପଡୁଥିବା ବଣମଲ୍ଲୀର ମହକକୁ ଲୋକଲୋଚନକୁ ଆଣିବା ନିମନ୍ତେ ଆରମ୍ଭ କରାଯାଇଛି ଏହି ଡିଜିଟାଲ ଇ-ପୁସ୍ତକ ପ୍ରସ୍ତୁତି । ବିଭିନ୍ନ ଓଡିଆ ଲେଖକ ଲେଖିକା ମାନଙ୍କ ସୃଷ୍ଟି ସମ୍ଭାରରେ ବଣମଲ୍ଲୀର ମହକ ଇ-ସାହିତ୍ୟ ସଂଗଠନ ତରଫରୁ ଏହି ଇ-ବୁକ (ଡିଜିଟାଲ ପୁସ୍ତକ) ଗୁଡିକ ନିଃଶୁଳ୍କ ପ୍ରକାଶିତ କରାଯାଇଥାଏ ବିଶ୍ଵର ସମଗ୍ର ଓଡିଆ ପାଠକ ପାଠିକା ମାନଙ୍କ ପଢିବା ନିମନ୍ତେ ବଣମଲ୍ଲୀର ମହକ ତରଫରୁ ଏହାର ୱେବ ବିତରଣ କରାଯାଇଥାଏ । ବଣମଲ୍ଲୀର ମହକ ଦ୍ଵାରା ପ୍ରସ୍ତୁତ ଇ-ସଂସ୍କରଣ ଗୁଡିକ ପଢିବା ପାଇଁ ନିମ୍ନ ପ୍ରଦତ୍ତ ବ୍ୟାନର ଗୁଡିକ ଉପରେ କ୍ଲିକ କରନ୍ତୁ ।