ଧାତା ହେ ! ଧ୍ରୁବ ତୁମେ ଜୀବନର
ଧନ ମାନ ମୋର ଲୋଡା ନାହିଁ ପ୍ରଭୁ
ଧ୍ୟାନ ତୋ ପଦ ଯୁଗଳ । ୦

ଧ୍ରୁବ ପ୍ରହଲ୍ଲାଦ ତୁମ ପାଦ ଧ୍ୟାୟି
ଲଭିଲେ ପରମ ପଦ
ଧୀବର ବାପୁଡା, ବନର ଶବରୀ
ପାଇ ତୁମ ପରସାଦ
ଧନ୍ୟ ହେଲେ ସତେ ତୁମ ନାମ-ନାବେ
ଭବ-ସିନ୍ଧୁ ହେଲେ ପାର । ୧
ଧାତା ହେ ! ଧ୍ରୁବ ତୁମେ ଜୀବନର.....

ଧରଣୀ ବୁକୁରେ କେତେ କେତେ ପାପୀ
ନାମ-ବ୍ରହ୍ମ ମୂଳ କରି
ଧର୍ମହୀନ ମତି ଅଜ୍ଞାନ କୁମତି
ଯାଇଛନ୍ତି ପରା ତରି
ଧରିବାକୁ ଚାହେଁ ମହଜ୍ଜନ ପଥ
ଦିଅ ଶୁଭାଶିଷ-ଝର ।୨
ଧାତା ହେ ! ଧ୍ରୁବ ତୁମେ ଜୀବନର ....

Writer's Details: ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
Content Category:
Submission Date: Jul 22, 2019