ପ୍ରକୃତି ବଡ ବିଚିତ୍ର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ପ୍ରକୃତି ର ବଡ ବିଚିତ୍ର ପ୍ରକୃତ୍ତି
• କାହିଁ ନାହିଁ ବର୍ଷା  ସୁଷ୍କ ଦିଶୁଅଛି
• କାହିଁ ବନ୍ୟା, ବାତ୍ୟା  ଭସାଇ ନେଉଛି
• କେଉଁଠି ଜଳୁଛି  କେଉଁଠି ଭିଜୁଛି
• ମାଡି ଆସେ ମହାବିପତି ,
•   ସତେ ଆସଇ ମହାବିପତି …।।
•
• ଲୁଚକାଳି ଖେଳେ  ମଉସୁମୀ ଏଠି
• ଲଘୁଚାପ ବର୍ଷା  ବରଷେ ଏମିତି
• ଖଣ୍ଡପ୍ରଳୟ ୟେ  ପ୍ରକୃତି ସରଜେ
• ହଜଇ ପୁରୁଷ ବୁଦ୍ଧି ,
• ସତେ ଆସଇ ମହାବିପତି…।।
•
• କାହିଁ ସେ ପୁରୁଣା  ବରଷା ଲଗନ
• ପଞ୍ଚଗ୍ରହକୁଟ  ପଡ଼ିଲେ ଶରଣ
• ଅମାନିଆ ବର୍ଷା  କାହିଁ କେଉଁଠି ବା ହଜିଛି
• ଚାଷି ମୁଣ୍ଡ କୋଡ଼ି କାନ୍ଦୁଛି
• ସତେ ଆସଇ ମହାବିପତି…।।
•
• ସାଧବ ବୋହୂର  ନାଲିପାଟ ଶାଢ଼ୀ
• ସାରୁ ଛତା ତଳେ  ବେଙ୍ଗ ହୁଳହୁଳି
• କଦମ୍ବ ଫୁଲର   ବାଶ କୁ ଚୋରାଇ
• ପ୍ରକୃତି ଯାଇଛି ଓଲଟି
• ସତେ ଆସଇ ମହବିପତି…।।
•
• ଜଳଦ ଗହଳି   କାହିଁ ନୃତ୍ୟ କେଳି
• କରେନି ମୟୂର  ଚନ୍ଦ୍ରିକା ତୋଳି
• ସପ୍ତବର୍ଣ୍ଣି ଇନ୍ଦ୍ର  ଶାୟକ ଅକାଳେ
• କେଉଁଠି ବା ଲୁଚି ଯାଇଛି
• ସତେ ଆସଇ ମହାବିପତି…।।
•
• ସଜଳ,ସୁନୀଳ  ନବଦୁର୍ବାଦଳ
• ବିଡ଼ମ୍ବିତ,ବର୍ଷା  କରିଛି ଧୂସର
• କେଉଁ ଠାରେ ଜଳ  ପ୍ଳାବନେ ଭାସୁଛି
• ଦିଶୁନାହିଁ ଗତି,ମୁକ୍ତି ,
• ସତେ ଆସଇ ମହାବିପତି…।।

• ମହାଭୟଙ୍କର  ଅଶନି ଗର୍ଜନ
• ସୁଖିଲାରେ ବଜ୍ର  ନିଅଇ ଜୀବନ
• ଜଳି ଜଳାଉଛି  ଭସାଇ ନେଉଛି
• ହଜିଯାଏ ସୁଖ ଶାନ୍ତି ,
• ସତେ ଆସଇ ମହାବିପତି…।।

Post a Comment

0Comments
Post a Comment (0)