ରତ୍ନ ସିଂହାସନ ବରଜି ଆସିଲ ସେଦିନ ନିଦାଘ ଶେଷ ପୁନେଇଁ
ଦୈମାତୁର ବେଶେ ଦରଶନ ଦେଲ କେତେରଙ୍ଗ ଜାଣ କଳା କହ୍ନାଇ  ।।
ସେହି ଦିନ ଠାରୁ ରୁଚୁ ନାହିଁ ଆଉ ଷାଠିଏ ପଉଟି ଅର୍ଣ୍ଣ,ବ୍ୟଞ୍ଜନ
ଫଳ,ମୂଳ ପଥି , ଅଣସର ଘରେ , ସୁନ୍ଦର ଶ୍ରୀମୁଖ ଦିଶେ ମଳିନ   ।।
ଉପସମ ପାଇଁ ଦଶମୂଳ ସର୍କ ମୋଦକ ସମର୍ପେ ରାଜବଇଦ
ଫୁଲୁରି ତେଲରେ , ଶରିର ମର୍ଦନ, ବ୍ରହ୍ମା, ଶଙ୍କର ନଜାଣେ ୟା ଭେଦ  ।।
ଜ୍ଵର ଜ୍ଵଳାମୁକ୍ତ ହୋଇ ଲକ୍ଷ୍ମୀକାନ୍ତ ଦରଶନ ନବ-ଯୌବନ ବେଶେ
ଦରଶନ କଲି , ପୋଖରୀଆ ତଳେ  , ଭକ୍ତି,ଭାବ ପ୍ରାଣ ଭରା ବିଶ୍ଵାସେ  ।।
ଆହା କି ଅପୂର୍ବ , ମୂରତି ସୁନ୍ଦର , କୋଟିମାର ଛାର  ଯାଜୋଲ୍ୟମାନ
କୋଟିଏ ଆଦିତ୍ୟ  , ରଶ୍ମି ଝରିପଡେ , ଝଲସି  ଉଠଇ  ଚନ୍ଦ୍ରବଦନ   ।।
ହଟିଆ ଠାକୁର ,  ହଟ ଲଗାଇଲ  ,  ମନେ ପଡିଗଲା ସତେ କି ଆହା
ଅରୁଚା ଛାଡିବା  , ଆଶାରେ ଭାବୁଛି , ମନେ ପଡିଗଲା ମାଉସୀ ମାଆ   ।।
ଉଦୟାଚଳରୁ ,  ସୁନ୍ଦରା ଚଳକୁ   ,   ଯିବାପାଇଁ ଯେବେ ଆଦେଶ ହେଲା
ତିନିଗୋଟି ରଥ  , ସ୍ଵୟଂ ବିଶ୍ଵକର୍ମା   , ସିଂହଦ୍ଵାରେ ଆଣି ଲଗାଇ ଦେଲା   ।।
ଭାଇ, ଭଉଣୀ ଙ୍କୁ  ,  ସଙ୍ଗତରେ ନେଲ  , ନଜାଣିଲେ ପଦ୍ମା ଘରଣୀ ତୁମ
ଗହଳ ଚହଳ  ,  ଲାଗିଛି ସେଠାରେ  ,   ଅର୍ନ୍ତବେଦି ଏଠି ପଡ଼ିଛି ଶୂନ୍ୟ   ।।
ସବୁଦିନେ ସେଇ   , କପଟିଆ ବୁଦ୍ଧି  ,  ନଛାଡିଲ ତୁମେ ବିଶ୍ଵପାବକ
ସତେକି କିମିଆଁ  , କର କଳା ଜହ୍ନ ,   ମୋହି ନେଉଅଛ ଜଗତ ଯାକ    ।।
ମାନମୟୀ ମହା-  , ଲକ୍ଷ୍ମୀଙ୍କରମାନ  ,  କ୍ଷଣକେ ମୋଚନ କଲ ମୋହନ
ସମ୍ମୋହନ,ଉଚ୍ଚା- ,   ଟନ, ତନ୍ତ୍ର, ମନ୍ତ୍ର   ,   ସବୁବିଦ୍ୟା କରିଅଛ ଅର୍ଜନ   ।।
ତୁମେ ମହାବାହୁ  ,  ବଳିୟାର ଭୁଜ   ,   ବହୁତଳେ ଆଶ୍ରା ମାଗେ ଅଧିନ
ଲୀଳାମୟ ତୁମ ,  ଲୀଳା,ଖେଳା ଦେଖି  ,  ସଂସାରରେ କଟିଯିଉ ମୋ ଦିନ  ।।