କହ ଏବେ ତୋର ଖବର କିସ ,
ଦେଖା ନ ଥିଲା ତ ହେଲା ଦି' ମାସ ।
ଦେଇଥିଲୁ ଡିମ୍ବ ବସାଟି ଗଢ଼ି ,
ଛୁଆ ଫୁଟି ଶିଖିଲେଣି କି ଉଡ଼ି !!

ତାଙ୍କ ଯତନରେ ବ୍ୟସ୍ତ ତୁ ରହି ,
ଭଲ ମନ୍ଦ ମୋତେ ପାରିନୁ କହି ।
ତୋ ଆଖପାଖର ଖବର କହ ,
ଦେଖା ହେଇନି ତ ଢମଣା ସହ !!

ସେଥରକ ତୋର କଲା କି ଦଶା ,
ଅଣ୍ଡାଖାଇ ପରା ଭାଙ୍ଗିଲା ବସା !!
ଏଥରକ ଅଛି ମୋ ପଛେ ପଡ଼ି ,
ଛପି ଛପି ଏଣେ ଆସୁଛି ମାଡ଼ି ।

ପିଲାଙ୍କୁ ଯୋଗାଇ ନିତି ସୁରକ୍ଷା ,
ହାବୁଡ଼ରୁ ତା'ର କରେ ମୁଁ ରକ୍ଷା ।
ସଞ୍ଚି ରଖିଅଛି ଆହାର ଯାହା ,
ଖାଉଅଛୁ ଏବେ ସଭିଏଁ ତାହା ।

ଗାତଟାରେ ପଡ଼ି ରହିବୁ କେତେ,
ଦେଖାହେଲୁ ବୋଲି କହୁଛି ତୋତେ ।
ମୂଷା ବୋଲି କିଆଁ ଡରିବି କହ ,
ପ୍ରତିକାର ତା'ର କହୁଛି ରହ ।

ନେଉଳ ଭାଇକୁ କହିବୁ ଦୁଃଖ ,
ଯାଇଥିଲା ଆର ଜଙ୍ଗଲ ପାଖ ।
ଆମକୁ ଟିକିଏ କରିକି ଆହା ,
ଏ ବିପଦବେଳେ ହେବ ସେ ସାହା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।