" ("ରକ୍ତ ଛିଟା ")

ଛାୟାନଗରୀ ର କଳଙ୍କି ସମାଜେ
କେ ପୂଜିବ ଆଉ ମନ୍ଦିର ।
କ୍ରୁର ଅତ୍ୟାଚାରେ ଧର୍ଷଣ ଶୋଷଣେ
ଏଠି , ରକ୍ତ ଛିଟା ହୁଏ ସିନ୍ଦୁର ॥

ନାରୀ ର ଇଜ୍ଜତ ଚରିତ୍ର ସଙ୍ଗତେ
ଖେଳ ଘର ସାଥେ ରହି ।
ଲୁଟୁଛି ଏ ନର ନିର୍ଯ।ତନା ସଙ୍ଗେ
ସମଗ୍ର ବ୍ୟାପାରେ କହି ॥

ନାଁ ବାଳିକା ଠୁଁ ଯୌବନ୍ୟ ବାଳିକେ
କ୍ରନ୍ଦନ ର କଥା କାହିଁ ?
ଦୁଷ୍କର୍ମ ପାଇଲା କୁନ୍ଦୁଲି ପୀଡ଼ିତା
ନବ ଶିଶୁ ନାମେ ରହି ॥

ସେ ଯୁଗର ନାରୀ ଭାରି ଲଜ୍ଜା ଧାରୀ
ହାତେ ଓଢ଼ଣା କୁ ସମ୍ମlନର କାରୀ ।
ଏରୁଣ୍ଡି ବନ୍ଧ ସେ ଝୁ ମୁ ଝୁମୁ କରି
ଧୀର କଥା ଲାଜେ ହସେ କିରିକିରି । ।

ମର୍ଯ୍ୟଦା ର ଶଙ୍ଖା ନୁହେଁ ଦୁଇ ଟଙ୍କ।
ସ୍ୱହାଗ ସିନ୍ଦୁରେ ଲାଗେ ନାହିଁ ଶଙ୍କା ।
କିନ୍ତୁ ଏ ଯୁଗ ଏମିତି ନାରୀ ଯେ, ଯେମିତି
ନାହିଁ ସେ ସଂ ସ୍କାର ଉପାସନା ନିତି ॥

ନାହିଁ ସେ ଓଢ଼ଣା ରଙ୍ଗ ପାଟ ଶାଢ଼ୀ
ଛୋଟ ପୋଷାକ ଦିଅଇ ନାରୀ ଙ୍କୁ ବିଗାଡ଼ି ।
ଫ୍ୟସନ ସଙ୍ଗକୁ ନଗ୍ନ ଲୁଗା ଧଡ଼ୀ
ନାରୀ ବି ଗଲେଣି ପୁରୁଷ ଙ୍କୁ ମାଡ଼ି ॥

ଯେତେ ନିଶାଦ୍ରବ୍ୟ ସେବୁଛନ୍ତି ନାରୀ
ଶିକ୍ଷା ଗ୍ରତା ସଙ୍ଗେ ସମାଜ ଉଜାଡ଼ି ।
ଧନ୍ୟ ପିତାମାତା ଧନ୍ୟ ସେ ସମାଜ
ଏଠି,ପୁରୁଷ ସଙ୍ଗତେ ନାରୀ କଲେ ରାଜ ॥

ପେଲୁଛି ନିଜକୁ ଅତ୍ୟାଚାର ପଥେ
କାନ୍ଦୁଛି ଏ ‌ନାରୀ ରକ୍ତ ଛିଟା ସାଥେ ।।

------ X-----"


ରଚନା : Ashrit Mohapatra

ଠିକଣା : Tangi, Khordha ଫୋନ ନମ୍ବର :