ଏକ ନୀରବ ସଂନ୍ଧ୍ୟାର ଚିତ୍ର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
            ଏକ ନୀରବ ସଂନ୍ଧ୍ୟା ର ଚିତ୍ର
      କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
       ---------- -------------------- ----------
• ସଂନ୍ଧ୍ୟା ତାରା ଫୁଟିଲାଣି ଆକାଶ ମଣ୍ଡଳେ
• ଡାଆଣିଆ ଖରା ରଙ୍ଗ ସ୍ଵର୍ଣ୍ଣ କିରଣ ରେ  ।।
• ଗୋଧୂଳି ଲଗ୍ନ କନକ ରେଣୁ ବୁଣିବୁଣି
• ରବି ଦିଗାଙ୍ଗୀ କୋଳରେ ବୁଡି  ତ ଗଲେଣି ।।
• କୁଜନେ କୁଜନ ଶବ୍ଦେ ଆନନ୍ଦେ ମହୀରେ
• ନାଚି ନାଚି ସଂଞ୍ଜ ଆସେ ସଂଞ୍ଜବତୀ ଧାରେ
• ସଂନ୍ଧ୍ୟା ତାରା ଫୁଟିଲାଣି…  ।।
•
• ନିଶାପତି କୋଟି ରତୀପତି ରୂପନେଇ
• ଉଦୟ ଶୂନ୍ୟ ଦେଶୁ କି ଝରେ ରୂପା ନଈ  ।।
• ହସି ହସି ସରସୀ ରେ ଜହ୍ନ ପ୍ରତିବିମ୍ବ
• ଦେଖି କୁମୁଦ ବିଭୋର କୁମୁଦ ବାନ୍ଧବ  ।।
• ବହଇ ମନ୍ଦ ହିଲ୍ଲୋଳ ଧୀର ମନ୍ଦ ଗତି
• ସେ ଗତି ଶୁଣାଏ ସଂଞ୍ଜ ଆଳତୀ ର ଘଣ୍ଟି  ।।
• ଢଳ ଢଳ ସୁନିର୍ମଳ ସରସୀ ର ଜଳେ
• ଢଳି ଢଳି ବିଚିମାଳେ କୁମୁଦିନୀ ଖଳେ
• ସଂନ୍ଧ୍ୟା ତାରା ଫୁଟିଲାଣି…  ।।
•
• ଚକୁଆ ଚକୋଇ ରବ ବିରହ ବଇଁଶୀ
• ଅଦୂରୁ ଶୁଭଇ ସଂଞ୍ଜ ହେଲାଣି ତ ଆସି   ।।
• ଶିବାରବେ କିଆମାଳ ଗୋହିରୀ ଭିତରୁ
• ପେଚକ ରାବଇ ବୁଲେ ବାଦୁଡ଼ି ବସାରୁ   ।।
• ଶାଳିଆ ପତନି,ଓଧ ଚାଳେ ନଦୀକୂଳେ
• ଚେମେଣୀ ଚଢ଼େଇ ମଶା ଖାଏ ସଂଞ୍ଜ ବେଳେ
• ସଂନ୍ଧ୍ୟା ତାରା ଫୁଟିଲାଣି…  ।।
•
• ଧୀରେ ଧୀରେ ମାଡି ଆସେ ନିଶା କାଳରାତ୍ରି
• ଅଚେତନ ରାତି ତନ୍ଦ୍ରା ମହମୋଦେ ମାତି ।।
• ସଂଞ୍ଜରୁ ରାତି ହୋଇଲା ପ୍ରଫୁଲ୍ଲ ମନରେ
• ତୁମ ନାମ ଉଚ୍ଚାରିତ ହେଉଛି ଠାକୁରେ ।।, ସଂନ୍ଧ୍ୟା ତାରା...।।



Post a Comment

0Comments
Post a Comment (0)