ପ୍ରିୟା - ଧ୍ରୁବ ଚରଣ ବେହେରା

0
ପ୍ରିୟା:୨୩୩
ତୁମ ଶୃଙ୍ଗାରରେ ଫୁଟଇ ଉପମା
ହସଇ ଚାନ୍ଦିନୀ ରାତି
ଖିଲି ଖିଲି ହସେ ମଧୁର ମୁର୍ଛନା
ଉଠୁଥାଏ ପ୍ରେମେ ମାତି ।।

ନୀଳ ପାଟଶାଢୀ ସଜାଏ ତନକୁ
ଅପସରୀ ପ୍ରେମୀ ରାଣୀ
ଚାହାଁଣିରେ ଭରା ଅନେକ କାହାଣୀ
ଆହା କି ନୂଆ ରମଣୀ ।।

ମୁକ୍ତ ଘନକେଶୀ ତୁମେ ମୋ ପ୍ରେୟସୀ
ଓଠରେ ଭିଜେ ଫଗୁଣ
ଦେଖିଲେ ତୁମର ରୂପ ଯଉବନ
ମେଘ ଡାକଇ ଶ୍ରାବଣ ।।

ରୂପ ଆଇନାର ରୂପସୀ ଗୋ ଗୋରୀ
ଦିଶୁଛ ପ୍ରେମୀ କୁଆଁରୀ
ତୁମକୁ ଦେଖିଲେ ମୋ ଭାବ କଲମୁ
କବିତା ଆସଇ ଝରି ।।

ନିତି ହୃଦେ ମୋର ଲାଗିଥାଏ ନିଆଁ
କହି ପାରେ ନାହିଁ ଖୋଲି
ସ୍ମୃତି ପଟଳରେ ରଖଇ ସାଇତି
ତୁମକୁ କହିବି ବୋଲି ।।

ଶୃଙ୍ଗାର ଉପମା ମନରୁ ମୋହର
ହୁଏନା କେବେ ପାଶୋରି
ଦିଶୁଥାଅ ସତେ ମେନକା ଉର୍ବଶୀ
ତୁମେ ମୋ ମନ ମୟୁରୀ ।।

ତୁମ ଲାଗି ମୋର ସପନ ହସଇ
ହସି ଉଠେ ମଧୁରାତି
ରାଜ ହଂସିନୀ ଗୋ ମୋ ମନ ମଇନା
ତୁମେ ମୋର ମଧୁମତୀ ।।

ତା:୨୫।୦୯।୧୯
ଧ୍ରୁବ ଚରଣ ବେହେରା ।।

ରଚନା : ଧ୍ରୁବ ଚରଣ ବେହେରା

ଠିକଣା : ଅଠରବାଟିଆ ଫୋନ ନମ୍ବର : 8763637752


Post a Comment

0Comments
Post a Comment (0)